କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ନେଇ ଆଶାବାଦୀ, କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା ।

Congress

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା । କଂଗ୍ରେସରେ ମିଶିବା ପରେ ସିପ୍ରା କହିଛନ୍ତି, ଆଜି ମୋ ପାଇଁ ଏକ ବଡ ଦିନ ।

ମୋ ବାପା ଏହି ଦଳରେ ଥିଲେ ମୁଁ ମଧ୍ୟ ସେହି ଦଳକୁ ଫେରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି ସେ କହିଛନ୍ତି । ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ, କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶାବାଦୀ ରହିଛି । ଯଦି ଦଳ ମୋତେ ସୁଯୋଗ ଦେବ ତେବେ ମୁଁ ନିଶ୍ଚିନ୍ତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି କହିଛନ୍ତି ସିପ୍ରା ।

ଅଧିକ ପଢ଼ନ୍ତୁ: ଲଢ଼େଇ ହେବ ଜୋରଦାର୍...ବିଜେପିରେ ଅନୁଭବ, ବିଜେଡିରେ ମିଶିଲେ ବର୍ଷା

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସିପ୍ରା ମଲ୍ଲିକ ବିଜେଡିରେ ବିଧାୟିକା ଥିଲେ । ଅନ୍ୟପଟେ କଂଗ୍ରେସର ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ତୃତୀୟ ପର୍ଯ୍ୟାୟରେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ମାହାଙ୍ଗାରୁ ଦେବେନ୍ଦ୍ର ସାହୁ ଲଢ଼ିବାକୁ ଥିବା ବେଳେ ସତ୍ୟବାଦୀରୁ ଲଢିବେ ମନୋଜ ରଥ । ସେହିପରି ଭୁବନେଶ୍ୱର ମଧ୍ୟରୁ ଲଢିବେ ପ୍ରକାଶ ଜେନା । ଭୁବନେଶ୍ୱର ଉତ୍ତରରୁ ଲଢିବେ ଅଶୋକ ଦାସ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ୪୭ଟି ବିଧାନସଭା ସିଟରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ଘୋଷଣା କରିଥିବା ୪୭ ଆସନ ମଧ୍ୟରୁ ୫ ବିଧାୟକଙ୍କୁ ରିପିଟ୍ କରିଥିଲା ଦଳ ।

କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଦେଇଥିଲା ଟିକେଟ୍ । ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ । ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ ।

ସେହିପରି ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ ନାଁ ଘୋଷଣା କରିଥିଲା କଂଗ୍ରେସ । ତେବେ ଆଜି ଆଉ ୪ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।