Advertisment

ଦୁର୍ଗ ପତନ ପରେ ବିଜେଡିରେ ଘମାସାନ୍ ! ପାଣ୍ଡିଆନ୍‌ଙ୍କୁ ଦାୟୀ କରି ମୁହଁ ଖୋଲିଲେଣି ବରିଷ୍ଠ

ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।

ଅଦ୍ୟତନ ହୋଇଛି
undefined

BJD

Advertisment

ସତ୍ତାରୁ ହଟିଲା ବିଜେଡି । ବରିଷ୍ଠ ଓଗାଳିଲେ ବିଷ । ନିଶାନା ସାଧିଲେ ଶୀର୍ଷ ନେତୃତ୍ୱକୁ । କହିଲେ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଆଜି ଏଭଳି ଅବସ୍ଥା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ନିର୍ବାଚନ ପରିଚାଳନାରେ ବରିଷ୍ଠମାନଙ୍କୁ ଦୂରେଇ ରଖାଗଲା । ଯାହାକି ସାଧାରଣରେ ଗ୍ରହଣ ଯୋଗ୍ୟ ହେଲାନି । ଯେଉଁଥିପାଇଁ ବିଜେଡି ପରାଜିତ ହୋଇଛି । ସେହିପରି ବରିଷ୍ଠ ବିଜେଡି ନେତା ତଥା ରେଢାଖୋଲରୁ ନିର୍ବାଚିତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପରୋକ୍ଷରେ ବାଣ ମାରିଛନ୍ତି । କହିଛନ୍ତି, ଦଳର ପରାଜୟର ସମୀକ୍ଷା ହେବ, ଆତ୍ମ ସମୀକ୍ଷା ବି ହେବ । ଆମେ ଏକଛତ୍ରବାଦ ଶାସନରେ ନାହୁଁ । ଗଣତନ୍ତ୍ରରେ ଲୋକେ ହିଁ ସବୁଠୁ ବଡ଼ ।

Advertisment

ସେପଟେ ନିର୍ବାଚିତ ବିଜେଡି ବିଧାୟକଙ୍କ ଭିତରେ ବି ସରାଗ ଯେମିତି ନାହିଁ । କେହି ସିଧାସଳଖ ପାଣ୍ଡିଆନଙ୍କ ନାଁ ନ ନେଇଥିଲେ ବି ତାଙ୍କ ପ୍ରଚାର ଯୋଗୁଁ ଯେ ଭୋଟରଙ୍କ ଭିତରେ ଅସନ୍ତୋଷ ବଢିଲା ତାକୁ ନେଇ ବିଜେଡି ମହଲରେ ସବୁଠି ଗୁଞ୍ଜରଣ । ସେଥିଲାଗି ଗତକାଲି ନବୀନ ନିବାସରେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକି ପରାମର୍ଶ ଦେଇଛନ୍ତି । ଯେଉଁ ବୈଠକରେ ପାଣ୍ଡିଆନ୍ ନଥିଲେ । ଘର ଯେ ଏବେ ଅସଜଡା ସେକଥା ଜଳ ଜଳ ହେଇ ଦେଖାଯାଉଛି । ଏହାରି ଭିତରେ ଜଣକ ପରେ ଜଣେ ନେତା ତୁଣ୍ଡି ଛିଡାଇ ବୟାନ ରଖିବା ଦଳ ପାଇଁ କ୍ଷତିକାରକ  ହୋଇପାରେ।

ଅଧିକ ପଢ଼ନ୍ତୁ: ଯୁବଚେହେରାଙ୍କ ମ୍ୟାଜିକ୍; ବିଜେଡିର ବହୁ ହେଭିୱେଟଙ୍କୁ ହରାଇ ହେଲେ ହିରୋ...

Advertisment

ବିଜେଡି ଗଡ଼ ଭୁଶୁଡ଼ିବାର ପ୍ରମୁଖ କାରଣ ଖୋଜା ଲାଗି ସମୀକ୍ଷା ଆରମ୍ଭ କରିଛି ବିଜେଡି। କିନ୍ତୁ ପାଣ୍ଡିଆନଙ୍କ ଏକଛତ୍ରବାଦ ମନୋବୃତ୍ତି ଯେ ଲଗାତର ୫ ଥରର ସରକାରୀ ଦଳକୁ ପରାଜିତ ହେବାକୁ ପଡିଲା ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ସେପଟେ ଟିକେଟ ବଣ୍ଟନକୁ ନେଇ ପ୍ରବଳ ବିଦ୍ରୋହ ଓ ଜନପ୍ରତିନିଧି ମାନଙ୍କୁ ଗୌଣ କରି ରଖିବା ଅନ୍ୟତମ କାରଣ। ବିରୋଧୀଙ୍କ ନବୀନ ଗୃହ ବନ୍ଦୀ ଏବଂ ଓଡ଼ିଆ ଅସ୍ମିତା ମୁଦ୍ଦା ଭୋଟରଙ୍କ ମନରେ ପରିବର୍ତ୍ତନର ହାୱାକୁ ଭରିଦେଇଥିଲା ।

ଏବେ ଦେଖିବାର କଥା ହେଉଛି, ପାଣ୍ଡିଆନ ଗାୟବ ହେବା ପରେ ଦଳପତି ନବୀନ ନିଜେ ଫ୍ରଣ୍ଟକୁ ଆସି କମାଣ ସମ୍ଭାଳୁଛନ୍ତି ନା ଦଳର ପୁନରୁଦ୍ଧାର ପାଇଁ ଆଉ କାହା ଉପରେ ନିର୍ଭର କରୁଛନ୍ତି ।

Advertisment
BJD BJD Leaders VK Pandian General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ