Advertisment

ହାରିବା ଭୟରେ ଟଙ୍କା ବାଣ୍ଟୁଛି କି ବିଜେଡି ! ସ୍ଵଚ୍ଛ ଶାସନରେ ନୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଲା କିଏ ?

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।

undefined

General Elections 2024

Advertisment

ତୃତୀୟ ଦଫା ନିର୍ବାଚନ ପୂର୍ବରୁ ଅଧିକାଂଶ ସ୍ଥାନରୁ ହିଂସାର ଖବର। କେଉଁଠି ଖଣ୍ଡା ବୁଲିଛି ତ ଆଉ କେଉଁଠି ଗୁଣ୍ଡାଗର୍ଦ୍ଦିରେ ହୋଇଛି ରକ୍ତପାତ। କେବଳ ଏତିକି ନୁହେଁ, ଭୋଟ୍ ପାଇଁ ନୋଟ୍ ପ୍ରଲୋଭନର ମାଳ ମାଳ ଚିତ୍ର, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି।

Advertisment

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି। ଖୋର୍ଦ୍ଧା ଗୋଳବାଇ ପଞ୍ଚାୟତ ଜଳେଶ୍ୱର ମନ୍ଦିର ପରିସରର। ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ପଲେଇ ଓ ସମିତିସଭ୍ୟ ଗୌତମ ପ୍ରଧାନ SHG ସଦସ୍ୟାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ରାଣ ନିୟମ ସହ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଛି।

ଟାଙ୍ଗି ବ୍ଲକ୍ ବଡ଼ପାରି ଭୋବରା ଗାଁରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଟଙ୍କା ବଣ୍ଟାର ଅଭିଯୋଗ। ଯାହାର ଏକ ଭିଡ଼ିଓ ବି ଭାଇରାଲ୍ ହୋଇଛି। କଟକ ୬ ନମ୍ବର ୱାର୍ଡ ସତୀଚଉରା ଇମାମପଡ଼ା ବସ୍ତିରେ କୁହାଯାଉଛି, ବିଜେଡିକୁ ଭୋଟ୍ ପାଇଁ ଦସ୍ତଖତ କରି ଜଣଲେଖା ୫ଶହ ବାଣ୍ଟିଛନ୍ତି ସଂଯୁକ୍ତା ମହାନ୍ତି ନାମକ ଜଣେ ଅଙ୍ଗନୱାଡ଼ି କର୍ମୀ। ଏହାକୁ ନେଇ ଉତ୍ତେଜନା ପରେ ମର୍କତନଗର ପୋଲିସ ପହଞ୍ଚି ସଂଯୁକ୍ତା ଓ ତାଙ୍କ ସ୍ୱାମୀଙ୍କୁ ଧରିଛି ରେଡ୍ ହ୍ୟାଣ୍ଡେଡ୍।

Advertisment

କେବଳ ଯେ ଟଙ୍କାର ପ୍ରଲୋଭନ ଦେଖାଇ ବିଜେଡି ଭୋଟ୍ ଭିକ୍ଷା କରୁଥିବା ଅଭିଯୋଗ ହୋଇଛି, ତା ନୁହେଁ। ସିଧାସଳଖ ଧମକ ଦେଉଥିବାର ଭିଡିଓ ବି ଭାଇରାଲ୍ ହେଉଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତରେ ପୁଅ ପାଇଁ ଭୋଟ୍ ଭିକ୍ଷା କରିବାକୁ ଯାଇ ଜଣେ ପୂର୍ବତନ ମହିଳା ସମିତି ସଭ୍ୟାଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା ଅଶାଳୀନ ଶବ୍ଦ ପ୍ରୟୋଗ ଅଭିଯୋଗ ହୋଇଛି। ତେବେ ଏନେଇ ପ୍ରତାପ ଜେନାଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

ଯାଜପୁର ଜିଲ୍ଲାରେ SHG ମହିଳା କିଭଳି ଡବଲ୍ ଶଙ୍ଖରେ ଭୋଟ୍ ଦେବେ ଏବଂ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ସେଥିପାଇଁ ଫୁଲ୍ ଦମରେ ଲାଗିଛି ମିଶନ ଶକ୍ତି। ମିଶନ ଶକ୍ତିର ଷ୍ଟେଟ୍ ଆଡଭାଇଜର ଗୀତାଞ୍ଜଳି ବସ୍ତିଆ SHG ସଦସ୍ୟାଙ୍କୁ ପ୍ରବର୍ତ୍ତାଉଛନ୍ତି। କୁହାଯାଉଛି, ଏହି ଭାଇରାଲ୍ ଭିଡ଼ିଓ ହେଉଛି, କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଫିସର। ଯାହାକୁ ନେଇ ଏବେ ଖଡ୍ଗହସ୍ତ ସ୍ଥାନୀୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ତେବେ ଏନେଇ ଗୀତାଞ୍ଜଳି କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

କେନ୍ଦୁଝର ଆନନ୍ଦପୁରର ରାମଚନ୍ଦ୍ରପୁର ଥାନାରେ ଫ୍ଲାଇଂ ସ୍କ୍ୱାଡ୍ ଧରିଛି ଅଢେଇ ଲକ୍ଷ ଟଙ୍କା। ଜଣେ ବିଜେଡି ନେତାଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଭୋଟ୍ ପାଇଁ ନୋଟ୍ ଅଭିଯୋଗ ଭିତରେ ଗୁଣ୍ଡାଗର୍ଦ୍ଦିର ଚିତ୍ର ବି ସାମ୍ନାକୁ ଆସିଛି। ପିପିଲି ସହଜପୁରରେ ସମିତି ସଭ୍ୟ ଗଦାଧର ପରିଡ଼ା ସମେତ ୩ ଜଣଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି କର୍ମୀ ପିପିଲି ଥାନା ଘେରାଉ କରିଥିଲେ। ତେବେ ଏନେଇ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସେହିପରି ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଖଣ୍ଡା ଓ ଠେଙ୍ଗା ଧରି ଦୁର୍ବୃତ୍ତ ଆତଙ୍କରାଜ ଖେଳାଇଛନ୍ତି।

SHG Groups Violence General Elections 2024 Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ