Advertisment

ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା

undefined

Odisha Politics, BJD

Advertisment

ପର୍ଶୁରାମ ଧଡା, ଅମରେନ୍ଦ୍ର ଦାସ, ଅସିତ ପଟ୍ଟନାୟକ, ଦେବେନ୍ଦ୍ର କଅଁର। ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଗତକାଲି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବ୍ୟାପିଛି ବିଦ୍ରୋହର ନିଆଁ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।

Advertisment

ଗତକାଲିଠାରୁ ଆଜି ଭିତରେ ବିଜେଡିକୁ ବାଏ ବାଏ କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜଗତସିଂପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଏବଂ ଭଦ୍ରକ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ।

ଫୁୁଲବାଣୀର ବିଜୁ ପଟ୍ଟନାୟକ ଛକରେ ବୀରମହାରାଜପୁର ପ୍ରାର୍ଥୀ ପଦ୍ମନାଭ ବେହେରା ଏବଂ ଫୁଲବାଣୀ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଦେବେନ୍ଦ୍ରଙ୍କ ସମର୍ଥକ। ସୋରର କଂଗ୍ରେସ୍ ଗଡରୁ ଦୁଇ ଦୁଇଥର ବିଧାୟକ ହୋଇ ଦଳକୁ ମଜଭୁତ କରିଥିବା ପର୍ଶୁରାମ ଧଡ଼ା ମଧ୍ୟ ଅସନ୍ତୋଷ ଝାଡି କହିଛନ୍ତି ପଥର ମାଫିଆଙ୍କୁ ଦଳ ଟିକେଟ୍ ଦେଇଛି।

Advertisment

ବିଜେଡି ଟିକେଟ୍ ବଣ୍ଟା ହେବା ପୂର୍ବରୁ ଦଳ ଉପରେ ଅସନ୍ତୋଷ ଝାଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ। ଆଉ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍ ଘୋଷଣା ହେଉ ହେଉ ଅନେକ ଆଶୟୀ ଦଳ ବିରୁଦ୍ଧରେ ଖୋଲା ଖୋଲି ବୟାନବାଜି କରିବା ସହ ଦଳ ଛାଡୁଛନ୍ତି। ସେପଟ ଦଳର ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା କହିଛନ୍ତି ଦଳରେ ଆଗରୁ ବି ବିଦ୍ରୋହୀ ଥିଲେ, ଏଥର ଟିକେ ଅଧିକ ଅଛନ୍ତି । ବିଦ୍ରୋହୀଙ୍କୁ କିପରି ମ୍ୟାନେଜ୍ କରାଯିବ, ତାହା ବିଜେଡିକୁ ଜଣା ଅଛି ।

ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୭ଟି ବିଧାନ ସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆହୁରି ୪୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବାକି ରହିଛି। ଏସବୁ ସିଟ୍ ରେ ପ୍ରାର୍ଥୀ ଘୋଷଣା ପରେ କିଭଳି ପ୍ରତିକ୍ରିୟା ଆସୁଛି ତା ଉପରେ ନଜର।

Advertisment

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ