ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ । ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ । ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ।
Also Read
ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ । ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ ।
ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ । ୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ । ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି । ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ । ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ ।