Advertisment

ନୀଳଗିରିରୁ ସୁକାନ୍ତଙ୍କୁ ମିଳିଲା ଟିକେଟ୍‌, ବିଜେଡି ଛାଡ଼ିଲେ ସନ୍ତୋଷ ଖଟୁଆ

ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି।

Santosh Khatua

Santosh Khatua

Advertisment

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ଛାଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ଉପ ସଭାପତି ଓ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ଖଟୁଆ । ସେ ନୀଳଗିରି ବିଧାନସଭା ଆସନରୁ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ଆଜି ବିଜେଡି ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରିଛି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳ ଛାଡ଼ିଛନ୍ତି ସନ୍ତୋଷ ଖଟୁଆ । ସେପଟେ ସନ୍ତୋଷ ଖଟୁଆଙ୍କୁ ଟିକେଟ ନ ମିଳିବାରୁ ସମର୍ଥକ ଅସନ୍ତୁଷ୍ଟ ହୋଇ ବିଜେଡି ବ୍ୟାନର ଓ ପୋଷ୍ଟର ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଆଗକୁ ସନ୍ତୋଷ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି।

Advertisment

ସୂଚନା ଅନୁସାରେ ନୀଳଗିରି ବିଧାନସଭା ଆସନରୁ ଆଶାୟୀ ଥିଲେ ସନ୍ତୋଷ । ସେ ୨୦୧୯ରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ଯଦିଓ ସେ ୧୯ ନିର୍ବାଚନରେ ସୁକାନ୍ତ ନାୟକଙ୍କଠୁ ପରାସ୍ତ ହୋଇଥିଲେ କିନ୍ତୁ ତାଙ୍କୁ କଡ଼ା ଟକ୍କର ଦେଇଥିଲେ । ମାତ୍ର ୧୫୭୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ସନ୍ତୋଷ । ତେବେ ଚଳିତ ନିର୍ବାଚନ ପାଇଁ ମଧ୍ୟ ସେ ବିଜେଡିରୁ ଟିକେଟ୍‌ ଆଶାୟୀ ଥିଲେ । କିନ୍ତୁ ବିଜେଡି ସନ୍ତୋଷଙ୍କ ବଦଳରେ ସୁକାନ୍ତଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ଟିକେଟ୍ ଘୋଷଣା ପରେ ଆଉ ଜଣେ ବିଜେଡି ନେତ ଦଳ ଛାଡ଼ିଛନ୍ତି। ଖଣ୍ଡପଡ଼ାରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଦଳ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହି ଘୋଷଣା ପରେ ସେ ଦଳ ଛାଡ଼ିବା ସହ ତାଙ୍କୁ ଟିକେଟ୍ ନ ଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ଅନୁଭବ ।

Advertisment
BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ