Advertisment

ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

ଟିକେଟ୍ କଟିବା ପରେ ସମୀର ଦାଶଙ୍କ ମେଳି । ସମୀର ଦାଶଙ୍କ ଟିକେଟ୍ କଟିବା ପରେ ଏକାଠି ହେଲେ ସମର୍ଥକ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା ।

ଅଦ୍ୟତନ ହୋଇଛି
Samir Dash

Samir Dash

Advertisment

ଟିକେଟ୍ କଟିବା ପରେ ସମୀର ଦାଶଙ୍କ ମେଳି। ନିମାପଡ଼ାରେ ଆଜି ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଛନ୍ତି ସମର୍ଥକ। ନିମାପଡ଼ାରୁ ଦିଲୀପ ନାୟକଙ୍କୁ ଗତକାଲି ଦଳ ପ୍ରାର୍ଥୀ କରିଛି । ହେଲେ ଏହାକୁ ପୁନର୍ବିଚାର କରିବାକୁ ନିଜ ଦାବି ରଖିଛନ୍ତି ସମୀର। 

Advertisment

ଆଜି କର୍ମୀ ମେଳିରେ ଏକାଠି ହୋଇଛନ୍ତି ଶତାଧିକ କର୍ମୀ। ଯେଉଁଠି ଟିକେଟ୍ କଟିବାକୁ ନେଇ ଭାବବିହ୍ବଳ ହୋଇପଡ଼ିଥିଲେ ସମୀର। ଶନିବାର ଦିନ ନିଜ ସମର୍ଥକଙ୍କ ସହ ଏକାଠି ହୋଇ ଏନେଇ ଦାବି ଜଣାଇବେ ବୋଲି କହିଛନ୍ତି ସମୀର । ଆଜିର ଏହି ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଗତକାଲି ବିଜେଡି ପକ୍ଷରୁ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ପ୍ରାର୍ଥୀ ତାଲିକାରେ ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କୁ ଟିକେଟ ଦେଇନଥିଲା ବିଜେଡି । ନିମାପଡ଼ାରେ ପ୍ରାର୍ଥୀ ବଦଳାଥିଲା ବିଜୁ ଜନତା ଦଳ । ସମୀର ଦାଶଙ୍କ ଜାଗାରେ ଦିଲୀପ ନାୟକ ହୋଇଥିଲେ ପ୍ରାର୍ଥୀ । ସେହିପରି କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଇ ନଥିଲା ବିଜେଡି । କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ ଦେଇଛି ବିଜେଡ଼ି । ଅନ୍ୟପଟେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଛି । ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହୋଇଛନ୍ତି ବିଜେଡି ପ୍ରାର୍ଥୀ ।

Advertisment

Samir Ranjan Dash BJD General Elections 2024 BJD MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ