Advertisment

ସତ୍ୟବାଦୀ- ବ୍ରହ୍ମଗିରିରେ ବିବାଦ ତୁଟିନି, ପୁରୀରେ ତେଜିଲାଣି ଶୁଭାଶିଷ-ସୁନୀଲ କଳି

ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ ।

undefined

Odisha Politics

Advertisment

ସତ୍ୟବାଦୀ- ବ୍ରହ୍ମଗିରି ବିବାଦ ତୁଟିନି । ଏଣେ ପୁରୀରେ ତେଜିଲାଣି ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି । ପୁରୀ ସଦର ନିର୍ବାଚନମଣ୍ଡଳୀରେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେଡି ଅନ୍ତଃକନ୍ଦଳ । ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ସପୋର୍ଟ କରୁନାହାନ୍ତି ଶୁଭାଶିଷ ଖୁଣ୍ଟିଆ। ସ୍ଥିତି ବିଗୁଡୁଥିବା ଦେଖି ଉଭୟ ଗୋଷ୍ଠୀଙ୍କୁ ଆଜି ଶଙ୍ଖଭବନ ଡକାଯାଇ ଟ୍ୟୁସନ କରାଯାଇଛି। ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।

Advertisment

ପୁରୁଣା ମନାନ୍ତର ଭୁଲି ଏକାଠି କାମ କରିବାକୁ ସମସ୍ତଙ୍କୁ ବୈଠକରେ ତାଗିଦ୍ କରାଯାଇଛି। ପୁରି ବିଜେଡିରେ ମନାନ୍ତର ଥିବା କୁ ଖୋଦ୍ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାନିଥିବାବେଳେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କିନ୍ତୁ କଥା ବାଆଁରେଇଛନ୍ତି।

ଏଠି ପ୍ରଶ୍ନ- କାହିଁକି ମର୍ଯ୍ୟାଦାଜନକ ପୁରୀ ବିଧାନସଭା ଆସନରେ ବିଜେଡିରେ ତେଜିଛି ଗୋଷ୍ଠୀ କନ୍ଦଳ ? କେଉଁ କାରଣରୁ ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ସହଯୋଗ କରୁନାହାନ୍ତି ଅନ୍ୟଜଣେ ଯୁବନେତା ଶୁଭାଶିଷ ଖୁଣ୍ଟିଆ ? କୁହାଯାଉଛି ଶୁଭାଶିଷ ଖୁଣ୍ଟିଆ ବି ପୁରୀରୁ ବିଧାନସଭା ଲଢ଼ିବାକୁ ଇଛୁକ ଥିଲେ ଓ ସାମନ୍ତରାଳ ସଂଗଠନ ବି ଚଳାଇଛନ୍ତି। ହେଲେ ଦଳ ତାଙ୍କୁ ରାଜ୍ୟସଭା ପଠାଇ, ସୁନୀଲ ମହାନ୍ତିଙ୍କ ପାଇଁ ବାଟ ପରିସ୍କାର କରିଛି।

Advertisment

ସୁନୀଲ ମହାନ୍ତି ହେଉଛନ୍ତି ପୁରୀର ଟାଣୁଆ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପୁଅ। ୧୯୯୫ରୁ ୨୦୧୯ ଯାଏଁ ମହେଶ୍ୱର ପୁରୀ ବିଧାୟକ ଥିଲେ। ବିଜେଡିରୁ ଲଗାତାର ନିର୍ବାଚିତ ହୋଇଆସିଥିଲେ। ହେଲେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପିଠାରୁ ପରାସ୍ତ ହୋଇଥିଲେ। ତାଙ୍କୁ ସେତେବେଳେ ହରାଇଥିଲେ ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ। ଏବେ ବିଜେପି ପୁଣି ଜୟନ୍ତ ଷଡ଼ଙ୍ଗୀଙ୍କୁ ସେଠି ବିଧାୟକ ଟିକେଟ୍ ଦେଇଛି। ଯେହେତୁ ଗତବର୍ଷ ମହେଶ୍ୱରଙ୍କ ମୃତ୍ୟୁ ପରେ ସେଠି ବିଜେଡି ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତେଣୁ ତାକୁ ଭରଣା କରିବା ସହ ବିଜେପି ହାତରୁ ନିଜ ପୁରୁଣା ଗଡ଼ ଛଡ଼ାଇ ଆଣିବା ଲକ୍ଷ୍ୟରେ ବିଜେଡି ପୁରୀରୁ ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ଏଥର ଟିକେଟ୍ ଦେଇଛି।

ହେଲେ ସୁନୀଲଙ୍କୁ ଶୁଭାଶିଷଙ୍କ ଗୋଷ୍ଠୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସତ୍ୟବାଦୀ, ବ୍ରହ୍ମଗିରି ପ୍ରାର୍ଥୀ ବିବାଦ ତୁଟିନଥିବା ବେଳେ ପୁରୀ କନ୍ଦଳ ବିଜେଡି ପାଇଁ ନୂଆ ମୁଣ୍ଡବ୍ୟଥା ସୃଷ୍ଟି କରିଛନ୍ତି। ତେଣେ ବ୍ରହ୍ମଗିରିରେ ବିଜେଡି ବିଧାୟକ ପ୍ରାର୍ଥୀ କହିଛନ୍ତି-କେଉଁଠି କିଛି ଗୋଷ୍ଠୀ କନ୍ଦଳ ନାହିଁ, ପୁରୀରେ ଦଳ ଗତଥର ଅପେକ୍ଷା ଏଥର ଆହୁରି ଭଲ ପ୍ରଦର୍ଶନ କରିବ।

Advertisment

ଏବେ ଦେଖିବାର କଥା ଶଙ୍ଖ ଭବନରେ ଟ୍ୟୁସନ ପରେ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଛିଡୁଛି ନାଁ ଗତି ଅନ୍ୟ କୁଆଡ଼େ ଯାଉଛି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ