ରାହୁଲଙ୍କ ୫ ଗ୍ୟାରେଣ୍ଟି, କଂଗ୍ରେସ ଆସିଲେ ନିଶ୍ଚୟ ପୂରଣ କରିବ

ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Rahul Gandhi

ରାୟଗଡ଼ା ସମାବେଶକୁ ଭର୍ଚ୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହି ଜନସଭାରେ ସେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି । କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ବିଏ ଏବଂ ଡିପ୍ଲୋମା ଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ପ୍ରଦାନ କରାଯବ ବୋଲି ସେ ଗ୍ୟାରେଣ୍ଟି ଦେଇଛନ୍ତି ।

ସେହିପରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ରାହୁଲ । ମହିଳାଙ୍କୁ ମାସିକ ୮ ହଜାର ୫ଶହ ଟଙ୍କା ପ୍ରଦାନ, ସରକାରୀ ଚାକିରିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହିଛନ୍ତି ରାହୁଲ ।ସେହିପରି ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ରାହୁଲ ଗାନ୍ଧି ରାୟଗଡ଼ାର ଆସି ଜନ ସମାବେଶରେ ସାମିଲ ହେବାର ଥିଲା । ତେବେ ରାଏବରେଲିରେ ନାମାଙ୍କନ ପତ୍ର ଦାଖଲ ପାଇଁ ସେ ରାୟଗଡ଼ା ଆସିପାରିନଥିଲେ । ତେଣୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଲୋକଙ୍କୁ ସମ୍ବୋଧନ କରିଥିଲେ ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ, ହେଲେ କାହିଁକି ?

ସୂଚନାଯୋଗ୍ୟ, ପୂର୍ବରୁ ଗତ ମେ ୨୮ରେ ସାଲେପୁର ଆସିଥିଲେ ରାହୁଲ । ରାହୁଲ ଗାନ୍ଧି ଓଡ଼ିଶା ଆସି ଓଡ଼ିଶା କଂଗ୍ରେସ ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କିଥିଲେ । ସାଲେପୁର ସଭାରେ ଆରମ୍ଭରୁ ବର୍ଷିଥିଲେ ରାହୁଲ ଗାନ୍ଧି। ସେ କହିଥିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। 

‘କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ଭଣ୍ଡାଇ ଦେଇଛନ୍ତି। ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ । ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି ବୋଲି କହିଛନ୍ତି ରାହୁଲ। 

ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି, କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ। ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବୁ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ।‘

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ପାକିସ୍ତାନର ପ୍ରଶଂସା, ମୋଦି ଦେଲେ କଡ଼ା ଜବାବ