Advertisment

ଲଗାତାର ୨୬..୨୭..୨୮, ଓଡ଼ିଶାରେ ୩ ଦିନ ମାରାଥନ ପ୍ରଚାର କରିବେ ରାହୁଲ

ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଅଦ୍ୟତନ ହୋଇଛି
Rahul Gandhi In Odisha

Rahul Gandhi In Odisha

Advertisment

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ୨୬, ୨୭ ଓ ୨୮ରେ ୩ ଦିନ ଧରି ନିର୍ବାଚନୀ ପ୍ରଚାର କରିବେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଆସନ୍ତା ସୋମବାର ବା ୨୦ ତାରିଖରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୨୫ଟି ବୁଥ PWD କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଏଥର ୧୫୪୧ ଆଦର୍ଶ ବୁଥ କରାଯାଇଛି ।

ତେବେ ଓଡ଼ିଶା ସମେତ ସାରା ଦେଶରେ କଂଗ୍ରେସର ସ୍ଥିତି ଗତ ନିର୍ବାଚନରେ ଭଲ ନଥିଲା । ଅନେକ ରାଜ୍ୟରେ ଦୁଇ ଅଙ୍କ ବି ଛୁଇଁନଥିଲା କଂଗ୍ରେସ । ତେଣୁ ଏଥର ସ୍ଥିତି ସୁଧାରିବାକୁ ଜୋରଦାର ପ୍ରୟାସ ଚଳାଇଛି ଦଳ । ହେଲେ କେତେ ସୁଧିରିବ ତାହା ସମୟ କହିବ । ଅର୍ଥାତ୍ ଜୁନ୍‌ ୪ରେ ଜଣାପଡ଼ିବ କିଏ କେଉଁଠି କରିବ ସରକାର । 

Advertisment

ତେବେ ଏହାରି ଭିତରେ କଂଗ୍ରେସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଉ ତାହା ହେଲା କଂଗ୍ରେସ ପାଖରେ ଲଢ଼ିବାକୁ ନାହିଁ ଟଙ୍କା । ରାଲି, ରୋଡ୍ ସୋ', ପୋଷ୍ଟର, ବ୍ୟାନର୍ ଓ ଅନ୍ୟ ଜାକଜମକ। ନିର୍ବାଚନ ଲଢ଼ିବା ଏବେ ବ୍ୟୟବହୁଳ ହୋଇଥିବା ବେଳେ, କଂଗ୍ରେସକୁ ଘାରିଛି ଟଙ୍କା ଚିନ୍ତା। ଆକାଉଣ୍ଟ ଫ୍ରିଜ୍ ହେବା ଯୋଗୁଁ ଅନ୍ୟ ଦଳ ତୁଳନାରେ କଂଗ୍ରେସ ପାଖରେ ଅର୍ଥ ସମ୍ବଳ ନାହିଁ ବୋଲି, ଭୁବନେଶ୍ୱରରେ AICC ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ସଂକେତ ଦେବା ପରେ, ପାର୍ଟି ଫଣ୍ଡିଂକୁ ଭରସା କରି ପ୍ରାର୍ଥୀ ବନିଥିବା ନେତାଙ୍କୁ ଘାରିଛି ଟଙ୍କା ଚିନ୍ତା। ଏକଥା ବି ଚର୍ଚ୍ଚା ହେଉଛି ଯେ, ବିଜୟ ସମ୍ଭାବନାକୁ ଦେଖି A, B ଓ C କାଟାଗୋରୀରେ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ଟଙ୍କା ଦେଉଛି ଦଳ।

ଅଧ୍ୟାପିକାରୁ ଅଚାନକ ରାଜନୀତିକୁ ଆସିଥିବା କଂଗ୍ରେସର ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମୋନାଲିସା ସାମଲ କହିଛନ୍ତି, ତାଙ୍କ ପାଖରେ ଏତେ ସମ୍ବଳ ନାହିଁ, କି ପାର୍ଟି ବି ସେଭଳି ସମ୍ବଳ ଦେଉନି। ଅନ୍ୟ ଦଳ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ, ତାଙ୍କର ଏହି ଲଢ଼େଇ ଲଫାପା ବିରୁଦ୍ଧରେ। କଂଗ୍ରେସର ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ବି କହିଛନ୍ତି ଲୋକଙ୍କ ଦାନରେ ଆମେ ନିର୍ବାଚନ ଲଢ଼ୁଛୁ।

Advertisment

ତେବେ ଯାହାର ବିଜୟ ସମ୍ଭାବନା ବେଶୀ.. ସେ A-କ୍ୟାଟାଗୋରୀ, ଯେଉଁଠି କାଣ୍ଟେ କା ଟକ୍କର ବା ଲଢେଇ ଜୋର୍‌ଦାର୍.. ସେ B-କ୍ୟାଟାଗୋରୀ, ଆଉ ଯାହାର ବିଜୟ ସମ୍ଭାବନା ସେତେଟା ନାହିଁ.. ସେ C-କ୍ୟାଟାଗୋରୀ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ