Advertisment

ବିଜେପୁରରେ ରୀତାଙ୍କୁ ଜୋରଦାର ବିରୋଧ, ଦେବଗଡ଼ରେ ଅରୁନ୍ଧତୀଙ୍କୁ ହିସାବ ମାଗିଲେ ଲୋକେ

ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି ।

ଅଦ୍ୟତନ ହୋଇଛି
Odisha Politics, BJD, Bijepur, Rita Sahu

Odisha Politics, BJD, Bijepur, Rita Sahu

Advertisment

ବିଜେପୁର ବିଧାୟିକା ତଥା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜୋରଦାର ବିରୋଧ । ଦଳ ଭିତରୁ ହିଁ ତାଙ୍କୁ କରାଯାଇଛି ଜୋରଦାର ବିରୋଧ। ଆଜି ବିଜେପୁରରେ ହୋଇଥିବା ଏକ କର୍ମୀ ସମ୍ମିଳନୀରେ ନାରା ଦିଆଯାଇଛି ରୀତା ସାହୁ ହଟାଅ, ବିଜେପୁର ବଞ୍ଚାଅ। କୋର୍ଟ ନାହିଁ ତ ରୀତା ସାହୁଙ୍କୁ ଭୋଟ ନାହିଁ ବୋଲି କହିଛନ୍ତି ଲୋକେ।

Advertisment

ବିଜେପୁର ନିର୍ବାଚନ ମଣ୍ଡଳୀ ବୁଡ଼ାପାଲି ପଞ୍ଚାୟତ ଲେମଧରରେ ଏହି କର୍ମୀ ସମ୍ମିଳନୀ ହୋଇଥିଲା। କର୍ମୀମାନେ ଅଭିଯୋଗ କରିଛନ୍ତି, ରୀତା ପିସି କାରବାର କରୁଛନ୍ତି। ୩ଟି ଯାକ ବ୍ଲକରେ ନିଜର କିଛି ଠିକାଦାରଙ୍କ ଜରିଆରେ ଶାସନ ଚଳାଇଛନ୍ତି, କର୍ମୀଙ୍କୁ ପଚାରୁ ନାହାନ୍ତି। ଏପରିକି ବିଜେପୁରରେ JMFC କୋର୍ଟ ଉଦଘାଟନ ହୋଇନପାରିବା ପଛରେ ରୀତା ସାହୁଙ୍କ ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ରୀତା କହିଛନ୍ତି, ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ।

ସେହିଭଳି ବିଜେଡିର ଦେବଗଡ଼ ବିଧାୟିକା ପ୍ରାଥୀଙ୍କୁ ମଧ୍ୟ ପ୍ରବଳ ବିରୋଧ । ପ୍ରଚାର ବେଳେ ଆକ୍ରୋଶର ଶିକାର ହେଲେ ଅରୁନ୍ଧତୀ ଦେବୀ । ଗାଁ ଦାଣ୍ଡରେ ବସାଇ ପ୍ରଶ୍ନବାଣ ଠୁଙ୍କିଲେ ସାଧାରଣ ଲୋକ । ରିଆମାଳ ବ୍ଲକର ଖଇରପାଲି ଗାଁରେ ଏମିତି ସ୍ଥିତିର ସାମନା କରିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଗାଁଲୋକ ଅରୁନ୍ଧତୀ ଦେବୀଙ୍କୁ ନବୀନ ସରକାରଙ୍କ ୨୫ବର୍ଷର ହିସାବ ମାଗିଛନ୍ତି। ଏବେ କାହିଁକି ଆସିଲେ ଓ କାହାକୁ ଚିହ୍ନି ଭୋଟ ଦେବେ ବୋଲି ପ୍ରଶ୍ନ କରିଥିଲେ। ଲୋକଙ୍କ ପ୍ରଶ୍ନବାଣରେ ଅକଳରେ ପଡ଼ିଥିଲେ ଅରୁନ୍ଧତୀ ଦେବୀ ।

Advertisment

ତେବେ ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି । 

କାକଟପୁରରେ ବିଜେଡି ଟିକେଟ ଆଶାରେ ଥିବା ସୁରେନ୍ଦ୍ର ସେଠି ଦଳ ବିରୋଧରେ ଦେଇଛନ୍ତି ରଣ ହୁଙ୍କାର । ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ସେ ଖୋଲାଖୋଲି ବିରୋଧ କରିଛନ୍ତି । ଆବଶ୍ୟକ ପଡ଼ିଲେ ତାଙ୍କ ବିରୋଧରେ ସେ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଏଠି ସୁରେନ୍ଦ୍ର ଏକା ନୁହନ୍ତି, ତାଙ୍କ ସହ ରହିଚନ୍ତି ୪୦ ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ସମିତି ସଭ୍ୟ । ସେମାନେ ଶପଥ କରିଛନ୍ତି, ସୁରେନ୍ଦ୍ର ଯୁଆଡ଼େ ଯିବେ ସେମାନେ ତାଙ୍କ ସହ ରହିବେ । ଆଉ ସୁରେନ୍ଦ୍ରଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବେ ।

Advertisment

ସେହିଭଳି ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ । ଏଥିପାଇଁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପାଇଁ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି । 

ଓଟିଭିକୁ ପ୍ରତିକ୍ରିୟା ଦେବା ବେଳେ ସେ କୋହ ସମ୍ଭାଳି ପାରି ନଥିଲେ । ସୀମାରାଣୀ କହିଛନ୍ତି, କର୍ମୀଙ୍କ ସହ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଅନ୍ୟ କେଉଁଠୁ ସୁଯୋଗ ମିଳିଲେ ହାତଛଡ଼ା କରିବେ ନାହିଁ । ସୀମାରାଣୀଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୀମାରାଣୀଙ୍କ ନାଁ ନଥିଲା ।

ଅନ୍ୟପଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି ରାସେଶ୍ୱରୀ ପାଣିଗ୍ରାହୀ। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ସମ୍ବଲପୁରରୁ ଟିକେଟ ଆଶାୟୀ ଥିଲେ ରାସେଶ୍ୱରୀ। ସେ କହିଛନ୍ତି ‘ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି । ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅପମାନ । ସମ୍ବଲପୁରରେ କଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି ।’ 

‘ସମ୍ବଲପୁରକୁ ଅଣଦେଖା କରାଗଲା, ମୋତେ ବାଧିଛି । ଦଳ ଛାଡ଼ିବା ନିଷ୍ପତ୍ତି କଷ୍ଟ ଲାଗୁଛି, କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ ବୋଲି କହିଛନ୍ତି । ଏହା ସହ ସମାଜସେବା କରୁଛି, ଆଗକୁ ବି ଜାରି ରହିବ ବୋଲି ମଧ୍ୟ ପ୍ରେସମିଟ କରି କହିଛନ୍ତି ରାସେଶ୍ୱରୀ । ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି ।’ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ କି ପ୍ରଶ୍ନରେ କହିଲେ ସମୟ କହିବ ବୋଲି କହିଛନ୍ତି ।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ