Advertisment

ମେ’ ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଜନସଭା

୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
undefined

Narendra Modi

Advertisment

ଆସନ୍ତା ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେହିପରି ବ୍ରହ୍ମପୁରରେ ଜନସଭାରେ ସମ୍ବୋଧିତ କରିବା ପରେ ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ବିଗୁଲ ବଜାଇ ସାରିଛନ୍ତି । 

Advertisment

ତେବେ ଓଡ଼ିଶା ଆସିବା ପୂର୍ବରୁ କିଛି ଦିନ ପୂର୍ବେ ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ଦେଇଥିଲେ । ଯାହା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲା । ସେ କହିଥିଲେ ଯେ, ‘ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ। ଏପରିକି ପୂରା ଓଡ଼ିଆ ଆଜି ଅସ୍ମିତା ଖତମ ହେବାକୁ ବସିଛି । ଓଡ଼ିଆ ଭାଷା ବି ଆଜି ବିପଦରେ। ମୁଁ ଭାବୁନି ଓଡ଼ିଆ ଲୋକେ ଏହାକୁ ଲମ୍ବା ସମୟ ବରଦାସ୍ତ କରିବେ’।

ସେହିପରି ଗତ ଏପ୍ରିଲ୍‌ ୨୫ରେ ସୋନପୁର ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶା ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ କରି, ବିଜୟ ସଂକଳ୍ପ ସମାବେଶରେ ବାରମ୍ବାର ନବୀନଙ୍କ ନାଁ ନେଇ ନିଶାନା ସାଧିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଆ ଅସ୍ମିତାଠୁ ନେଇ ଅଫିସର ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ, ଦାଦନ, ରାମ ମନ୍ଦିର ଆଦି ପ୍ରସଙ୍ଗ ଉଠାଇ ବର୍ଷିଥିଲେ ଶାହ। ନବୀନ ସରକାରକୁ ଉପାଡ଼ି ଫିଙ୍ଗି, ଓଡ଼ିଶାରେ ବିଜେପି ସରକାର ଆଣିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ଅମିତ ଶାହ।

Advertisment

ଅମିତ ଶାହଙ୍କ ଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି ଓଡ଼ିଶାରେ। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେସନ କାମ ଚାଲିଛି। ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ’ଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ ବୋଲି କହିଥିଲେ ନଡ୍ଡା ।

Advertisment

Narendra Modi BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ