Advertisment

‘ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼’

ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।

ଅଦ୍ୟତନ ହୋଇଛି
Prasanna Patasani

Prasanna Patasani

Advertisment

ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଛି ରଘୁନାଥ ସାହୁଙ୍କ ନାଁ । ସେ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ । ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା ।

Advertisment

ଏଥିରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ତାହା ସମୟ କହିବ ବୋଲି ଉଲ୍ଲେଖ କରିଛନ୍ତି । ‘ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି, ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି । ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼ । ରାଜନୀତିରେ ସମୟ କିନ୍ତୁ ବେଶ୍ ବଳବାନ ବୋଲି କହିବା ସହ କିଏ ରହିବ, ଯିବ, ଭବିଷ୍ୟତରେ କଣ ହେବ, ସମୟ ଉପରେ ନିର୍ଭର ବୋଲି ଦୋହରାଇଛନ୍ତି ପାଟ୍ଟଶାଣୀ ।’

ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଖୁବ୍‌ଶୀଘ୍ର ବିଜେଡି ଛାଡ଼ିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା।

Advertisment

May be an image of ticket stub and text

ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ତାଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଚିଲିକାରୁ ତାଙ୍କୁ ପ୍ରାର୍ଥୀ କରିନାହାନ୍ତି ନବୀନ । ଏହାର ଆଭାସ୍‌ ବୋଧହୁଏ ପୂର୍ବରୁ ପାଇସାରିଥିଲେ ପାଟ୍ଟଶାଣୀ । ତେଣୁ କୁହାଯାଉଛି, ପାଟ୍ଟଶାଣୀ ବିଜେପି ସହ ଭିତିରି ଆଲୋଚନା କରୁଛନ୍ତି । ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।

ସୂଚନାଯୋଗ୍ୟେ, ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏଥର ବି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।

Advertisment

ତେବେ ଏହି ୯ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୫ ବଧାୟକଙ୍କ ଟିକଟ କାଟିଛି । ଅମର ଶତପଥୀଙ୍କ ଟିକଟ କଟିଲା, ବଡ଼ଚଣାରୁ ବିଧାୟକ ଥିଲେ ଅମର ଶତପଥୀ । ସେହିଭଳି ଶଶିଭୂଷଣ ବେହେରାଙ୍କ ବି ଟିକଟ କଟିଛି । କେନ୍ଦ୍ରାପଡ଼ାରୁ ଶଶିଙ୍କ ବଦଳରେ ଗଣେଶ୍ୱର ବେହେରାଙ୍କୁ ଟିକଟ ମିଳିଛି । ଚିଲିକାରେ ପ୍ରାର୍ଥୀ ବଦଳିଛନ୍ତି । ଚମ୍ପୁଆରୁ ମୀନାକ୍ଷୀ ମହାନ୍ତଙ୍କ ଟିକଟ କଟିଛି ତାଙ୍କ ସ୍ଥାନରେ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ସିମୁଳିଆରେ ବି ବିଧାୟକଙ୍କ ଟିକଟ କଟିଛି । ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୁଭାସିନୀ ସାହୁଙ୍କୁ ଟିକଟ ମିଳିଛି । ଆନନ୍ଦପୁରରେ ମଧ୍ୟ ବଦଳିଛନ୍ତି ପ୍ରାର୍ଥୀ । ଭାଗିରଥୀ ସେଠୀଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକଟ ମିଳିଛି । 

ଅନ୍ୟପଟେ ରେମୁଣାରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ବିଜେଡି । ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି । 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ