Advertisment

ଘଷିପୁରାରେ ନିର୍ବାଚନୀ ହିଂସା; ସୌମ୍ୟଙ୍କ ସମର୍ଥକଙ୍କୁ ମାଡ଼ ଅଭିଯୋଗ...

ଘଷିପୁରାରେ ନିର୍ବାଚନୀ ହିଂସା । ସୌମ୍ୟଙ୍କ ସମର୍ଥକଙ୍କୁ ବଦ୍ରିଙ୍କ ସମର୍ଥକଙ୍କ ମାଡ଼ ଅଭିଯୋଗ  । ଗତକାଲି ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ ସୌମ୍ୟ । ସଂପୃକ୍ତ ବ୍ୟକ୍ତିଙ୍କୁ ବଦ୍ରି ପାତ୍ରଙ୍କ ସମର୍ଥକ ଆକ୍ରମଣ ଅଭିଯୋଗ ।

ଅଦ୍ୟତନ ହୋଇଛି
Political Violence In Odisha's Ghasipura

Political violence

Advertisment

କେନ୍ଦୁଝର ଘଷିପୁରା ନିର୍ବାଚନ ମଣ୍ଡଳୀର ପଣ୍ଡୁଆ ଗାଁରେ ନିର୍ବାଚନୀ ହିଂସାl ନିର୍ବାଚନକୁ ଗୋଟିଏ ଦିନ ବାକି ରହିଥିବା ବେଳେ ସ୍ବାଧୀନ ସମର୍ଥନଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠୁ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପଣ୍ଡୁଆ ଗାଁର ବସନ୍ତ ଚକ୍ର ନାମକ ଜଣେ ବ୍ୟକ୍ତିକୁ ଦେଖା କରିଥିଲେ।

Advertisment

ଏହାପରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ ମାନେ ଏହି ଘଟଣାକୁ ନେଇ ବସନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଘଟଣାକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ କିମ୍ବା ବଦ୍ରିନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି । ପୋଲିସ୍ ବି ଏନେଇ କୌଣସି ପ୍ରତିକ୍ରିୟା ରଖିନି। 

ଅଧିକ ପଢ଼ନ୍ତୁ: ନିର୍ବାଚନ ବେଳେ ହିଂସା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ

Advertisment

ସେମିତି ଏହା ପୂର୍ବରୁ ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଗଡ଼ିଥିଲା ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ବୁଧବାର, ରାତି ପ୍ରାୟ ୮ଟା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ତୁମୁଳକାଣ୍ଡ । ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ବିଜେପି କର୍ମୀ ଦିଲୀପ ପାହାଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ: ‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’

ହତ୍ୟାକାଣ୍ଡର ପୂର୍ବଦିନ ବ୍ୟାନର ମରାକୁ ନେଇ ଧମକ ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦିଲୀପ । କିନ୍ତୁ, ପୋଲିସ କୌଣସି ଆକ୍ସନ ନେଇ ନଥିବା ଅଭିଯୋଗ ହୋଇଛି । ୨ ମାସ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଦିଲୀପ । ବିଜେଡିରେ ଥାଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦିଲୀପ କୁଆଡ଼େ ବିରୋଧ କରିଆସୁଥିଲେ । ଏପରିକି ସୂର୍ଯ୍ୟମଣିଙ୍କ ବଦଳରେ ଅନ୍ୟ କାହାକୁ ଟିକଟ ଦେବାକୁ ନବୀନ ନିବାସ ଆସି ଦାବି କରିଥିଲେ ।

Advertisment
Soumya Ranjan Patnaik Political Violence General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ