Advertisment

ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।

bolangir

bolangir

Advertisment

ବଲାଙ୍ଗିର ଜିଲ୍ଲାରେ ରାଜନୈତିକ ହିଂସା। ସଇଁତଳା ଥାନା ଡୁଙ୍ଗୁରିପାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ସହ କର୍ମୀ ଫେରିଲା ବେଳେ ଆକ୍ରମଣ ହୋଇଥିଲା। ସୌର ପ୍ଲାଣ୍ଟ ପାଖରେ ୨ ବିଜେପି କର୍ମୀଙ୍କୁ ମାଡ଼ ମାରି ଅପହରଣ କରାଯାଇଥିବା ଅଭିଯୋଗ ଆସିଛି।

Advertisment

କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ। ସେପଟେ ଅପର ପକ୍ଷ ମଧ୍ୟ ଥାନାର ଦ୍ବାରସ୍ଥ ହୋଇ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛି।

ସେପଟେ ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ। ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁକୁ ୨୪ ଘଣ୍ଟା ବିତିଥିଲେ ମଧ୍ୟ ଏବେବି ସ୍ଥିତି ଉତ୍ତେଜନାମୂଳକ ରହିଛି। ଗତକାଲି ପୋଲିସ-ଜନତା ସଂଘର୍ଷ ପରେ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା। ତାହା ବଳବତ୍ତର ରହିଛି। ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟିଛି। ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ସୂଚନା ଅନୁସାରେ ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଥିଲେ ବିଜେପି କର୍ମୀ । ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା । ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ।

BJD BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ