Advertisment

ଏକଜିଟ୍ ପୋଲ ପରେ ରାଜନୈତିକ ବୟାନବାଜି, ୧୦ରେ ଶପଥ ନେବା ନେଇ ମନମୋହନଙ୍କ ଦମ୍ଭୋକ୍ତି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।

Political debate

Political debate

Advertisment

ଏକଜିଟ୍ ପୋଲ ଆକଳନକୁ ନେଇ ଓଡ଼ିଶାରେ ତେଜିଛି ରାଜନୈତିକ ବୟାନବାଜି । ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ୪ରେ ସରକାର ପରିବର୍ତ୍ତନ ହେବ । ସେଦିନ ଅପରାହ୍ମ ସୁଦ୍ଧା ଟ୍ରେଣ୍ଡ ଆସି ସାରିଥିବ ଓ ଚିତ୍ର ସ୍ପଷ୍ଟ ହେବ । ୧୦ରେ ଶପଥ ନେବୁ ବୋଲି ବି ଦମ୍ଭ ଦେଖାଇଛନ୍ତି ମନମୋହନ ସାମଲ ।

Advertisment

ସେପଟେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୯୦ ହୋଇନପାରେ । କିନ୍ତୁ ୨୦୧୯ ଅପେକ୍ଷା ଦଳ ଭଲ ରେଜଲ୍ଟ କରିବ। କୋରାପୁଟ ଲୋକସଭା ସିଟ୍ କଂଗ୍ରେସ ନିଶ୍ଚିତ ଜିତିବ। ସେହିପରି ଲୋକସଭା ନିର୍ବାଚନରେ କଂଗ୍ରେସ ୨୯୦-୨୯୫ ଓ ଓଡ଼ିଶାରେ ୪ରୁ ୫ ସିଟ୍ ଜିତିବ ବୋଲି କହିଛନ୍ତି ତାରା ବାହାନୀପତି ।

ଅନ୍ୟପକ୍ଷରେ ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ମନା ରହିଛି ବିଜେଡି। ବରିଷ୍ଠ ନେତା ପଦ୍ମନାଭ ବେହେରା କହିଛନ୍ତି, ଏକଜିଟ୍ ପୋଲ୍ ଏକ ଆକଳନ । ଏହା ସବୁବେଳେ ସଠିକ୍ ହୁଏନି । ବିଜେଡି ବହୁମତ ସହ ସରକାର ଗଠନ କରିବ । ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ନବୀନ ପଟ୍ଟନାୟକ ଶପଥ ନେବେ ।

Advertisment

ସୂଚନା ଅନୁସାରେ ଗତକାଲି ଦେଶରେ ନିର୍ବାଚନ ଶେଷ ହେବାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିଛି । ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍‌ ପୋଲ ରିପୋର୍ଟରେ ବିଜେପିକୁ ଅଧିକ ଆସନ ମିଳୁଥିବା ଉଲ୍ଲେଖ ରହିଛି । ରାଜ୍ୟରେ ଏଥର ବିଜେପି ୧୫ ବା ତାହାଠାରୁ ଅଧିକ ଆସନ ହାତେଇବ ‍ବୋଲି ଏକଜିଟ୍‌ ପୋଏ ତଥ୍ୟରୁ ଜଣାପଡ଼ିଛି ।

ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ତଥ୍ୟ କହୁଛି ରାଜ୍ୟରେ ବାଜି ମାରିବ ବିଜେପି। ଏହାର ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ।

Advertisment

‘ଜନ୍‌ କି ବାତ୍‌’ର ଏକଜିଟ ପୋଲର ତଥ୍ୟ ମଧ୍ୟ ବିଜେପି ସପକ୍ଷରେ ଯାଇଛି। ଏହାର ଆକଳନ ଅନୁଯାୟୀ, ବିଜେପି ରାଜ୍ୟରେ ୧୫-୧୮ଟି ଲୋକସଭା ଆସନ ଜିତିବ। ବିଜେଡି ୩ରୁ ୭ଟି ଆସନ ଜିତିବ। ଗତ ଥର ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କହୁଛି ବିଜେପି ରାଜ୍ୟରେ ୧୬ଟି ଲୋକସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ମିଳିବ। ୨୦୧୯ ଭଳି କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ।

BJD BJP Congress Exit Poll General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ