Advertisment

ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।

PM Narendra Modi to hold roadshow

PM Narendra Modi to hold roadshow

Advertisment

ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏହି ଅବସରରେ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ’ କରି ଯିବେ ପ୍ରଧାନମନ୍ତ୍ରୀ। ରୋଡ୍ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ପହଞ୍ଚିବେ। ଏହାପୂର୍ବରୁ ନିର୍ବାଚନ ପ୍ରଚାରକୁ ଆସି ଭୁବନେଶ୍ବରରେ ବିଶାଳ ରୋଡ୍ ସୋ’ କରିଥିଲେ ମୋଦି।

Advertisment

ଅନ୍ୟପଟେ ଆଜି ବଦଳିଛି ଶପଥ ସମାରୋହ ତାରିଖ । ଆସନ୍ତା ୧୦ ତାରିଖ ନୁହେଁ, ୧୨ରେ ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ଏନେଇ ବିଜେପି ପକ୍ଷରୁ ସୂଚନା ମିଳିଛି ।  

ଏପଟେ ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡ଼ାଟା ଯାଞ୍ଚ ଆରମ୍ଭ ହୋଇଛି।

Advertisment

 ମନ୍ତ୍ରୀ ହେବାର ଆଧାର ରହିଛି ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବା, ପ୍ରଶାସନିକ ଦକ୍ଷତା, ଲୋକସଂପର୍କ ଆଧାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ। 

Narendra Modi Prime Minister Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ