Advertisment

ବଡ଼ଦାଣ୍ଡରେ ମୋଦିଙ୍କ ରୋଡ୍ ସୋ’, ଅନୁଗୁଳ-କଟକରେ ବିଶାଳ ସମାବେଶ

ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି ।

undefined

Narendra Modi

Advertisment

ପୁରୀ, ଅନୁଗୁଳ, କଟକ । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଓଡ଼ିଶା ଗସ୍ତ । ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା କମିଟି ବୈଠକ । ରାଜ୍ୟ ବିଜେପିର ତମାମ ନେତୃବୃନ୍ଦଙ୍କ ସହ ପିଏମ ମୋଦି କରିବେ ନିର୍ବାଚନ ସମୀକ୍ଷା । ପୂର୍ବ ଦୁଇ ଗସ୍ତରେ ରାଜ୍ୟ ୬ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ସାରିଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍‌କୁ ଗୁରୁମନ୍ତ୍ର ଦେବେ ମୋଦି। 

Advertisment

ପରେ ରାଜଭବନରେ ରାତ୍ର ରହଣି କରିବେ। ଆସନ୍ତାକାଲି ମୋଦିଙ୍କର ରହିଛି ତିନିଟି କାର୍ଯ୍ୟକ୍ରମ । ସକାଳେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ପରେ ମରିଚିକୋଟ ଛକଠାରୁ ମେଡିକାଲ୍ ଛକ ଯାଏଁ କରିବେ ବିଶାଳ ରୋଡ୍ ସୋ’ । ସେଠାରୁ ଅନୁଗୁଳ ନୋଲକୋ ନଗର ଷ୍ଟାଡିୟମରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ପରେ କଟକ ବାଲିଯାତ୍ରା ଉପର ପଡିଆରେ ବି ଏକ ସମାବେଶରେ ଯୋଗ ଦେଇ ଲକ୍ଷାଧିକ କର୍ମୀଙ୍କୁ ଉଦବୋଧନ ଦେବେ ମୋଦି। ମୋଦିଙ୍କ ତୃତୀୟ ପର୍ଯ୍ୟାୟ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ବିଜେପି କ୍ୟାମ୍ପ।

ପୂର୍ବରୁ ୨ ଥର ଗସ୍ତରେ ନବୀନ ସରକାରଙ୍କୁ ସିଧା ନିଶାନା କରି ସାରିଛନ୍ତି ମୋଦି। ପ୍ରଥମ ଗସ୍ତରେ ବ୍ରହ୍ମପୁର ସମାବେଶରେ ଜୁନ୍ ୪ ନବୀନ ସରକାରଙ୍କ ଏକ୍ସପାଏରି ତାରିଖ ଘୋଷଣା କରିବା ସହ ଜୁନ ୧୦ରେ ବିଜେପି ସରକାର ଶପଥ ଗ୍ରହଣ ତାରିଖ ବି ଘୋଷଣା କରିଥିଲେ। ଓଡ଼ିଆ ଅସ୍ମିତା, ଭାଷା ସଂସ୍କୃତି କଥା ବି ଉଠାଇଥିଲେ। ସେହିପରି ଦ୍ବିତୀୟ ଗସ୍ତରେ ଫୁଲବାଣୀ ସମାବେଶରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡି ସରକାରଙ୍କୁ ଧୋଇଥିଲେ।

Advertisment

ପୁଣି ବିନା କାଗଜରେ ଓଡ଼ିଶାର ୩୦ ଜିଲ୍ଲା ଓ ତାର ମୁଖ୍ୟାଳୟ ନାଁ କହିବାକୁ ନବୀନଙ୍କୁ ଦେଇଥିଲେ ଖୋଲା ଚାଲେଞ୍ଜ। ତେଣୁ ଏହି ଗସ୍ତରେ ମୋଦି କଣ ଉଦବୋଧନ ଦେଉଛନ୍ତି, କେଉଁ କେଉଁ ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତାକୁ ନେଇ ବି ଚର୍ଚ୍ଚା ଜୋର। 

ସବୁଠୁ ବଡ଼ କଥା ହେଲା, ଆସନ୍ତାକାଲି ଯେତେବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବ, ସେତେବେଳେ ମୋଦି କରିବେ ମାରାଥନ ପ୍ରଚାର। ଯାହାର ପ୍ରଭାବ ଭୋଟ୍ ଉପରେ ପଡିପାରେ ବୋଲି ବି ଆଲୋଚନା ହେଉଛି।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ