Advertisment

ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Odisha Govt is about to change: PM Modi

PM Modi says

Advertisment

ବିଜେପି ଫୋକସ୍‌ରେ ଓଡ଼ିଶା। ବିଜେପି ହେଭିୱେଟ୍ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି। ଏହାରି ଭିତରେ ଖବର ସରବରାହ ସଂସ୍ଥା ANIକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିକ୍ରିୟାରେ ସେ ଓଡ଼ିଶାର ଭାଗ୍ୟ ନେଇ ଆଲୋଚନା କରିବା ସହ ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି ବୋଲି କହିଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି, ରାଜନୀତିରେ ସଂପର୍କ ଭଲ ରଖିବାକୁ ପଡେ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ବି ସଂପର୍କ ଭଲ ଅଛି। ମାତ୍ର ନିର୍ବାଚନ କଥା ଆସିଲେ ଓଡ଼ିଶାର ଭାଗ୍ୟ ନେଇ ବି ଚିନ୍ତା କରିବାକୁ ପଡିଲା। ଏଥିପାଇଁ ସଂପର୍କଠୁ ଢେର୍‌ ଊର୍ଦ୍ଧ୍ୱରେ ଓଡ଼ିଶାର ଭାଗ୍ୟ। ଗତ ୨୫ବର୍ଷରେ ରାଜ୍ୟର କୌଣସି ଉନ୍ନତି ହୋଇନି। ଓଡିଶାର ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ।

Advertisment

ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନୀ ଜନସଭାରୁ ବିଜେଡି ସରକାରଙ୍କ ଏକ୍ସପାଏରୀ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥର ଡେଟ୍ ଦେଇ ଯାଇଥିଲେ ପ୍ରଧାନମନ୍ତ୍ରୀ । ଜୁନ୍ ୧୦ରେ ଭୁବନେଶ୍ବରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେବାକୁ ଓଡ଼ିଶା ଆସିଥିବା ଜନସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଅନ୍ୟପକ୍ଷରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି , ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ବଡ଼ ବଡ଼ ସ୍ୱପ୍ନ ଦେଖାଉଥିବା ରାଜନେତା ଓ ବିରୋଧୀ ସତ କଣ ଜାଣିବେ। ଏସଟି, ଏସସି, ଓବିସି ବର୍ଗଙ୍କୁ ଅନ୍ଧାରରେ ରଖି ଲୁଟ୍‌ ତରାଜ ଚାଲିଛି। ଏଥିପାଇଁ ଦେଶବାସୀଙ୍କୁ ମୋଦି ସରକାର ଜାଗ୍ରତ କରାଇବାକୁ ଚାହୁଁଛି। ଭାରତର ସମ୍ୱିଧାନର ମୂଳ ଭାବନା ଓ ମର୍ଯ୍ୟାଦା କ୍ଷୁଣ୍ଣ କରାଯାଉଛି।

ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ। ଭୋଟ୍ ବ୍ୟାଙ୍କ ନାଁରେ ଦଳିତ, ଆଦିବାସୀଙ୍କୁ ଲୁଟାଯାଉଛି। ଦଳିତଙ୍କ ବନ୍ଧୁ କହୁଥିବା ବିରୋଧୀ ପ୍ରକୃତରେ ସେମାନଙ୍କ ଶତ୍ରୁ। ଭୋଟ୍ ବ୍ୟାଙ୍କ ନାଁରେ କଣ ଆମେ ଆଗାମୀ ପିଢ଼ିକୁ ଧ୍ସଂସ କରିଦେବା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଦଳିତ, ଆଦିବାସୀ, ଓବିସିଙ୍କ ଅଧିକାର ପାଇଁ ମୁଁ ଲଢ଼ିବି ବୋଲି କହିବା ସହ ମୋଦି ସଂରକ୍ଷଣ ସମାପ୍ତ କରିଦେବେ ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଶୁଣ ସରକାର, ଏ କ’ଣ ୨୫ ବର୍ଷର ବିକାଶ ?

ସମ୍ୱିଧାନ ପିଠିରେ ଛୁରି ଭୁସିଦେଲେ ବିରୋଧୀ। ଭୋଟ୍ ବ୍ୟାଙ୍କ ପାଇଁ ଏହାକୁ ବନ୍ଧକ ରଖିଛନ୍ତି। ମାନିଫେଷ୍ଟୋରେ ସେମାନେ ଆଶ୍ଚର୍ଯ୍ୟ କରିଦେଲେ। କ୍ରୀଡାରେ ମଧ୍ୟ ମାଇନୋରିଟି ପାଇଁ ସଂରକ୍ଷଣ କରିବେ କହୁଛନ୍ତି। ଏଥିରେ ପରିଶ୍ରମ କରୁଥିବା ପିଲା ଯିବେ କୁଆଡେ ବୋଲି ପ୍ରଶ୍ନ କଲେ ମୋଦି। କଂଗ୍ରେସର ମନମୋହନ ସିଂ ସରକାରରେ ମାତ୍ର ୩୪ଲକ୍ଷ ଟଙ୍କା ପିସି ଧରାଯାଇଥିଲା। ହେଲେ ଗତ ୧୦ବର୍ଷରେ ମୋଦି ସରକାରରେ ୨୨ଶହ କୋଟି ଧରାପଡିଛି। ଯିଏ ଏହାକୁ ଧରିଛି ସେ ସମ୍ମାନର ଅଧିକାରୀ ଗାଳିର ନୁହଁ। ଯାହାର ଟଙ୍କା ଯାଇଛି ତାହାର ହିଁ ଭାଗିଦାରୀ ଅଛି । ସେ ହିଁ ଗାଳି କରିବ ବୋଲି କହିଛନ୍ତି।

ସେହିପରି କାଶ୍ମୀର ନେଇ ପ୍ରତିକ୍ରିୟା ରଖିଛନ୍ତି ମୋଦି। କାଶ୍ମୀରରେ ସ୍ଥିରତା ଆଣିବା ପାଇଁ ଇଣ୍ଟରନେଟ୍ ବନ୍ଦ କରିବା ପାଇଁ ପଡିଥିଲା। ମାତ୍ର ଏହା ଜରୁରୀ ଥିଲା। ଭଲ କାମ କରାଯାଇଥିଲା। ମତଦାନ ଅର୍ଥ କାହାକୁ ଜିତାଇବା ନୁହେଁ, ଏହାର ଅର୍ଥ ଭାରତର ସରକାର ଗଠନରେ ଗର୍ବର ସହ ଭାଗିଦାରୀ ରହିବା। ଆଜି କାଶ୍ମୀରରେ ମତଦାନ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ଭରସା କରି ସେଠାକାର ଭୋଟର ମତଦାନ କରିବାକୁ ଆଗେଇ ଆସିଛନ୍ତି। ଯାହାକି ଅତ୍ୟନ୍ତ ଖୁସିର ବିଷୟ।

ଧାରା-୩୭୦ କାଶ୍ମୀରର ଏଜେଣ୍ଡା ନଥିଲା। ଏହା କିଛି ମୁଷ୍ଟିମେୟ ଲୋକଙ୍କର ଏଜେଣ୍ଡା ଥିଲା। ଧାରା ୩୭୦ହଟିବା ପରେ କାଶ୍ମୀରରେ ଏକତା ବୃଦ୍ଧି ପାଇଛି। ସେଠାରେ ଲୋକଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟ ବଢ଼ିଛି। ଶାନ୍ତି ବି ଫେରିଛି। ଯାହାକି ପର୍ଯ୍ୟଟନ ଓ ଜି-୨୦-ସମ୍ମିଳନୀରେ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: 'ତାମିଲ କଣ୍ଟ୍ରୋଲରେ ଶାସନ ଚାଲିବନି, ଓଡ଼ିଆଙ୍କ ହାତରେ ରହିବ ସରକାର' : ସ୍ମୃତି ଇରାନୀ

Narendra Modi BJP PM Narendra Modi Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ