Advertisment

‘ଓଡ଼ିଶାର ଭାଗ୍ୟ ବଦଳିବ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ’

ଓଡ଼ିଶାରେ ବିଜେପି ସରକାର ନେଇ ପୁଣି ମୋଦିଙ୍କ ଦମ୍ଭୋକ୍ତି । ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ପକାଇବାକୁ ପ୍ରସ୍ତୁତ ବୋଲି କହିଲେ ମୋଦି ।

ଅଦ୍ୟତନ ହୋଇଛି
undefined

PM Modi

Advertisment

 ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶା ପ୍ରସଙ୍ଗରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିବା ସହିତ, ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ଚଢ଼ାଇବାକୁ ପଡ଼ିଲେ ଚଢ଼ାଇବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୁଣିକହିଛନ୍ତି ଯେ, ଓଡ଼ିଶାର ପୂରା ବ୍ୟବସ୍ଥାକୁ କବଜା କରି ବନ୍ଧକ ରଖିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ତେବେ ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରି ତାରିଖ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବାକୁ ଥିବା ବେଳେ, ଏହା ପୂର୍ବରୁ ANIକୁ ତାଙ୍କର ଏହି ସାକ୍ଷାତକାର ରାଜ୍ୟ ରାଜନୀତିକୁ ସରଗରମ କରିଛି।

Advertisment

 ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ସହ ଆର୍-ପାର୍‌ର ଲଢ଼େଇ ପ୍ରସଙ୍ଗରେ ପୁଣି ଏଭଳି କଡ଼ା ଆଭିମୁଖ୍ୟକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି। ବିଗତ ୨୫ ବର୍ଷରେ ଓଡ଼ିଶାର କୌଣସି ପ୍ରଗତି ହୋଇନି। ଏଭଳି ପ୍ରାକୃତିକ ସଂପଦରେ ଭରପୁର ରାଜ୍ୟର ଲୋକ ଗରିବ ରହିବା ପଛରେ ବିଜେଡି ସରକାର ହିଁ ଦାୟୀ। ତେଣୁ ଓଡ଼ିଶାକୁ ତାହାର ଅସ୍ମିତା ଓ ଲୋକଙ୍କୁ ସେମାନଙ୍କ ହକ୍ ମିଳିବା ଦରକାର।

ଅଧିକ ପଢ଼ନ୍ତୁ: ‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

ଏଥିସହ ମୋଦି ପୁଣି ଦୃଢ଼କଣ୍ଠରେ କହିଛନ୍ତି ଯେ, ଜୁନ୍ ୪ ଓଡ଼ିଶାର ବର୍ତ୍ତମାନ ସରକାରର ଏକ୍ସପାଏରି ତାରିଖ ଏବଂ ଜୁନ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବାକୁ ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କ ସହ ସଂପର୍କ ପ୍ରସଙ୍ଗରେ ମୋଦି କହିଛନ୍ତି ଯେ, ସବୁ ରାଜନୈତିକ ନେତାଙ୍କ ସହ ମୋର ସୁସମ୍ପର୍କ ରହିଛି । ହେଲେ ଓଡ଼ିଶାର ଭାଗ୍ୟ ଓ ମୋର ଭଲ ସଂପର୍କ ଭିତରୁ ମୁଁ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତକୁ ବାଛିଲି । ଏଥିପାଇଁ ସଂପର୍କକୁ ବଳି ଚଢ଼ାଇବାକୁ ପଡ଼ିଲେ ଚଢ଼ାଇବି ବୋଲି କହିଛନ୍ତି ମୋଦି ।

Advertisment

ନିର୍ବାଚନ ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ରମଣ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଗତ ୨୪ ବର୍ଷ ଧରି ଲଗାତାର ଗାଳି ଖାଇ ଖାଇ, ମୁଁ ଗାଳି ପ୍ରୁଫ୍ ପାଲଟି ଯାଇଛି। ସଂସଦରେ ମୋର ଜଣେ ସାଥି ତ ଦିନେ ୧୦୧ଟି ଗାଳି ଗଣିଥିଲେ। ବିରୋଧୀ ଏତେ ନିରାଶ ହୋଇଯାଇଛନ୍ତି ଯେ, ଦୁର୍ବ୍ୟବହାର ସେମାନଙ୍କ ସ୍ବଭାବରେ ପରିଣତ ହୋଇଛି ବୋଲି କଟାକ୍ଷ କରିଛନ୍ତି ମୋଦି। ଏଥିସହ ପଶ୍ଚିମବଙ୍ଗ ପ୍ରସଙ୍ଗରେ କହିଛନ୍ତି ଯେ, ସେଠାରେ ଅସ୍ତିତ୍ବର ଲଢେଇ ଲଢୁଛି ଟିଏମସି। ଏଥର ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ବିଜେପି ପାଇଁ ସବୁଠୁ ବେଷ୍ଟ ପରଫର୍ମିଂ ଷ୍ଟେଟ୍ ହେବ।

ଏଥର ଓଡ଼ିଶାରେ ସରକାର ବଦଳିବା ନେଇ ମୋଦିଙ୍କ ଲଗାତାର ହୁଂକାର, ରାଜ୍ୟ ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଭରିଦେଇଛି। ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାର କରିବାକୁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ସେ ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।

Advertisment

ଅଧିକ ପଢ଼ନ୍ତୁ: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

Narendra Modi BJD BJP PM Narendra Modi Odisha Election General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ