କାହାକୁ ମୁଣ୍ତିଆ ମାରିଲେ ପ୍ରଧାନମନ୍ତ୍ରୀ ମୋଦି, କିଏ ସେହି ମହିଳା...

ଆଜି ସଭା ସ୍ଥଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଜସେବୀ କୁମାରୀ ସ୍ୱାଗତ ଜଣାଇଥିଲେ । ମାଳ ପକାଇ ସ୍ୱାଗତ ଜଣାଇବା ବେଳେ ଗୋଡ଼ ଧରି ମୁଣ୍ଡିଆ ମାରିବାକୁ ନଇଁଥିଲେ ।

PM Modi

ଆଜି ସଭା ସ୍ଥଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଜସେବୀ କୁମାରୀ ସ୍ୱାଗତ ଜଣାଇଥିଲେ । ମାଳ ପକାଇ ସ୍ୱାଗତ ଜଣାଇବା ବେଳେ ଗୋଡ଼ ଧରି ମୁଣ୍ଡିଆ ମାରିବାକୁ ନଇଁଥିଲେ । ହେଲେ ପ୍ରଧାନମନ୍ତ୍ରୀ ନିଜ ଚିରାଚରିତ ଢଙ୍ଗରେ ନଇଁ ନିଜେ ମୁଣ୍ଡିଆ ମାରିଥିଲେ । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରତି ନମସ୍କାର ଜଣାଇଥିଲେ ।

ଏହାପରେ ସଭାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହିଳାଙ୍କୁ ଜାତୀୟ ସ୍ତରରେ ଗୁରୁତ୍ୱ ଦିଆଯାଉଥିବା କଥା ଉଠାଇଥିଲେ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ଦେଇଛୁ । ଯାହା ମହିଳାଙ୍କୁ ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’

ଅଧିକ ପଢ଼ନ୍ତୁ: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି । କହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଆପଣଙ୍କ ଭୋଟ ବଳରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ହୋଇଛି । ରାମଲାଲାଙ୍କ ମନ୍ଦିର ୫ଶହ ବର୍ଷର ଅପେକ୍ଷାର ଅନ୍ତ । ଓଡ଼ିଶାରେ ଏଥର ୨ ଯଜ୍ଞ, ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।

‘ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ । ଏଠା ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି ।’

‘ମୁଁ ଓଡ଼ିଆରେ ଚିଠି ଲେଖିବି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ । ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର । ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି ।'

ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ । ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ବନିବ । ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି ।’

‘ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ, ତାହା କରି ଦେଖାଏ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।’

ଅଧିକ ପଢ଼ନ୍ତୁ: ‘ଓଡ଼ିଶାରେ ସବୁ ଅଛି, ହେଲେ ଓଡ଼ିଶା ଲୋକ ଗରିବ କାହିଁକି ?’

‘ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି ।’

‘ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି ।’

‘ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।