Advertisment

ନବୀନଙ୍କ ନାଁ ନେଇ ମୋଦିଙ୍କ ନିଶାନା; କହିଲେ, ଜିଲ୍ଲା ନାଁ କହିପାରୁନଥିବା ବ୍ୟକ୍ତି କେମିତି ବୁଝିବ ରାଜ୍ୟର ଦୁଃଖ

ବର୍ଷିଲେ, ଧୋଇଲେ । ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

undefined

Narendra Modi

Advertisment

ଭାଷଣ ଛଳରେ ଧୂଆଁଧାର ଧୁଲେଇ। ଫୁଲବାଣୀରେ ନବୀନଙ୍କ ନାଁ ନେଇ ନିଶାନା । ବଲାଙ୍ଗିରରେ ବିଜେଡି ସରକାରକୁ ହଟାଇବାର କାଉଣ୍ଟଡାଉନ୍ ଦେଲେ । ଆଉ ବରଗଡ଼ ସଭାରେ ପାଣ୍ଡିଆନଙ୍କ ନାଁ ନ ନେଇ ଧୂମ୍ ଧୋଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ଆଟାକ୍ । ବରଗଡ଼ ସଭାରେ ମୋଦି ପଚାରିଥିଲେ- ବିଜେଡି ସରକାର ଚଳାଉଛି କିଏ ? ସିଏମ୍ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ଭୋଟରଙ୍କୁ ପ୍ରଶ୍ନ କରିଥିଲେ ମୋଦି ?

Advertisment

ସେହିପରି ୨୫ ବର୍ଷ ଭିତରେ ଯେଉଁ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି, ସାରା ଓଡ଼ିଶାରେ ତା ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି, ଲୋକ କହିଲେଣି- ଆଉ କେତେ ଦିନ ସହିବ ଓଡ଼ିଶା। ଏଥିସହ ମୋଦି କହିଥିଲେ-ରାଜ୍ୟ ସରକାରଙ୍କ ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇଯାଇଛି, ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଜଣେ ମନ୍ତ୍ରୀଙ୍କର ଦିନ ଦ୍ବିପହରରେ ହତ୍ୟା ହୋଇଯାଉଛି। ତେଣୁ ଓଡ଼ିଶାକୁ ବରବାଦ କରିଥିବା ବିଜେଡିକୁ ହଟାଇବା ଦରକାର।

ମୋଦି ଆହୁରି ମଧ୍ୟ କହିଥିଲେ-ବିଜେଡି ସରକାର ଭାତ ହାଣ୍ଡି ଖାଲି କରିଦେଇଛି, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୬ ଶହ ୧୭ ଶହ ଟଙ୍କା ମିଳୁଛି, ଚାଷୀଙ୍କ ବାକି ପଇସା ବିଜେଡି ଦଲାଲଙ୍କ ଖାତାକୁ ଚାଲିଯାଉଛି । ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ହେବ, ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ମିଳିବ।

Advertisment

ବରଗଡ଼ ପୂର୍ବରୁ ବଲାଙ୍ଗୀର ସଭାରେ ବି ମଞ୍ଚକୁ ଆସୁ ଆସୁ ବିଜେଡି ସରକାର ଉପରେ ବର୍ଷିଥିଲେ ମୋଦି । କହିଥିଲେ ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହେଲେଣି । ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରି ଡେଟ୍ ଓ ଜୁନ୍ ୧୦ରେ ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ବିଜେପି ସିଏମ୍ ହେବେ ବୋଲି ଗ୍ୟାରେଣ୍ଟି ଦେଇଥିଲେ ମୋଦି । ଭ୍ରଷ୍ଟାଚାରୀ ବିଜେଡି ସରକାର ଥିବା ଯାଏଁ ଲୋକଙ୍କୁ ଲାଭ ମିଳିବନି । ଆପଣଙ୍କ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି, ତାଙ୍କୁ ବାଜା ବଜାଇ ବାଣ ଫୁଟାଇବିଦା କରିଦିଅନ୍ତୁ ବୋଲି ଭୋଟରଙ୍କୁ ଆହ୍ବାନ ଦେଇଥିଲେ ମୋଦି। ଏହା ବି କହିଥିଲେ ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ଟି ଗାଁ ନାଁ ପଚାରିବେ। ହେଲେ ସେ ଆଦୌ କହିପାରିବେନି, କାରଣ ସେ ଆପଣଙ୍କ ସହ ନାହାନ୍ତି, ତେଣୁ ଆପଣଙ୍କ ଦୁଃଖ ବୁଝିପାରିବେନି ବୋଲି କହିଥିଲେ ମୋଦି।

ଫୁଲବାଣୀ ସଭାରେ ବି ନବୀନଙ୍କୁ ନିଶାନା କରିଥିଲେ ମୋଦି। ଚ୍ୟାଲେଞ୍ଜ ଦେଇ କହିଥିଲେ- ବିନା ଚିଠାରେ ନବୀନଙ୍କୁ ଓଡ଼ିଶାର ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟ ନାଁ କହିବାକୁ କୁହାଯାଉ। ସେ କହିପାରିବେନି। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେ କି ? ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ବି କହିଥିଲେ, ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି, ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ ଆକ୍ସନ ହେବ।

Advertisment

ପ୍ରଧାନମନ୍ତ୍ରୀଙ୍କ ସମସ୍ତ ୩ଟି ଯାକ ନିର୍ବାଚନୀ ଭାଷଣରେ ସ୍ଥାନୀୟ ପ୍ରସଙ୍ଗ ସହ ଓଡ଼ିଆ ଅସ୍ମିତା, ଧାନ ଏମଏସପି ଓ ମୋଦି ଗ୍ୟାରେଣ୍ଟି ସାଙ୍ଗକୁ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ ପାଇଥିଲା ।

Narendra Modi Naveen Patnaik BJP General Elections 2024 VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ