Advertisment

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ସୁରେଶ କହିଲେ ଏମିତି...

ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।

ଅଦ୍ୟତନ ହୋଇଛି
Who Will Be The Chief Minister

Who Will Be The Chief Minister

Advertisment

ଓଡ଼ିଶାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କେଉଁ ବିଧାୟକଙ୍କ ହାତରେ ବିଜେପି ଦେବ ରାଜ୍ୟର ଶାସନ ଭାର ତାକୁ ନେଇ ଲାଗିରହିଛି ସସପେନ୍ସ। ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀରୁ ଫେରିବା ପରେ ମୁହଁ ଖୋଲିଛନ୍ତି ବିଧାୟକ ସୁରେଶ ପୂଜାରୀ। ସେ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ହୋଇଯିବ।

Advertisment

ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ, ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ଓଡିଶା ଆସୁଛନ୍ତି। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ବିଜେପି ସଂସଦୀୟ ବୋର୍ଡ। ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।

ଅଧିକ ପଢ଼ନ୍ତୁ: ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

Advertisment

ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ସେହିପରି ସୁରେଶ ପୂଜାରୀଙ୍କୁ ନେଇ ଚର୍ଚ୍ଚା ବଢିଛି। ଅନ୍ୟପଟେ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେଉଛି। ସମ୍ଭାବ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ। ତାଙ୍କ ସହ ବିଧାୟକ ଜୟ ନାରାୟଣ ମିଶ୍ର, କେଭି ସିଂଦେଓଙ୍କ ନାଁ ବି ଚର୍ଚ୍ଚାରେ ଅଛି। ଏପଟେ ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ବର ଜନତା ମୈଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି ।

ଅଧିକ ପଢ଼ନ୍ତୁ: ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

BJP Chief Minister Odisha CM Odisha Election General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ