Pm Modi Road Show
ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ। ତାପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ ଆରମ୍ଭ ହୋଇଛି ମୋଦିଙ୍କ ରୋଡ୍ ସୋ। ମରିଚିକୋଟ ଛକରୁ ଚାଲିଛି ମୋଦିଙ୍କ ରୋଡ୍ ସୋ'। ମୋଦିଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ।
ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ରୋଡ୍ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ଦୁଇ ପାର୍ଶ୍ୱରେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି ମୋଦି। ରୋଡ୍ ସୋରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ରହିଛନ୍ତି। ପୁରୀ କାର୍ଯ୍ୟକ୍ରମ ସାରି ଅନୁଗୁଳ ଓ କଟକରେ ମୋଦିଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି।
Live Updates: ଦ୍ବିତୀୟ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...
ଗତକାଲି ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ମୋଦି ଆଲୋଚନା କରିଥିଲେ। ନିର୍ବାଚନ ପରିଚାଳନାର ସମୀକ୍ଷା ସହ, କିଏ କେଉଁ ଦାୟିତ୍ୱରେ ଅଛି, କାର୍ଯ୍ୟକ୍ରମ କେମିତି ଚାଲିଛି ଏନେଇ ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି। ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ଏସବୁର ସମୀକ୍ଷା କରିଥିଲେି ମୋଦି। ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ପ୍ରଧାନମନ୍ତ୍ରୀ। ନିର୍ବାଚନୀ ପ୍ରଚାର ଭିତରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଓଡ଼ିଶା ଗସ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716176818.jpg)