Advertisment

୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍

ସକାଳ ୭ରୁ ଭୋଟିଂ, ପ୍ରସ୍ତୁତ ବୁଥ୍ ଓ ପୋଲିଂ କର୍ମଚାରୀ । ମାଓ ପ୍ରଭାବିତ ଓ ସୀମା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ। ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ପ୍ରସ୍ତୁତ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନର ଭୋଟର। ଏଥିପାଇଁ ନିର୍ବାଚନ କମିଶନ୍ ତଥା ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି।

Advertisment

କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ସିଟରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି। ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଅଧିକାଂଶ ବୁଥରେ ଗତକାଲିଠୁ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବି ଦୁର୍ଗମ ଯନ୍ତ୍ରୀ ଓ ସନ୍ନ୍ୟାସୀଗୁଡ଼ାକୁ ଆଜି ମୋଟର ଲଞ୍ଚ୍ ଯୋଗେ ଯାତ୍ରା କରିଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ। 

Advertisment

ସେହିଭଳି କଳାହାଣ୍ଡିର ଭବାନୀପାଟଣା, ଧର୍ମଗଡ଼, ଗଜପତିର ମୋହନା, ରାୟଗଡ଼ାର ନିୟମଗିରି ଭଳି ଦୁର୍ଗମ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ। କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ଲାଗି ବୁଥ୍ ଭିତରେ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ପୋଲିଂ କର୍ମଚାରୀ।

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ୮ଟି ଜିଲ୍ଲାରେ ମୋଟ୍ ୭ ହଜାର ୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି। ତା ଭିତରୁ ୫୩୭ଟି ବୁଥ୍ ମାଓ ପ୍ରଭାବିତ ଅଞ୍ଚଳରେ। ସୀମାନ୍ତ ଜିଲ୍ଲାଗୁଡ଼ିକରେ ଭୋଟ୍ ପଡ଼ିବାକୁ ଥିବାକୁ ଥିବାରୁ ଏଥିଲାଗି ଗ୍ରହଣ କରାଯାଇଛି କଡ଼ା ସୁରୁକ୍ଷା ବ୍ୟବସ୍ଥା। ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାରମିକ ବାହିନୀ।

Advertisment

ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯିବା ସହ ଚେକିଂ ଜୋରଦାର ହୋଇଛି। ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ ବି ସଜାଗ ଥିବା କହିଛନ୍ତି ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ। ସୁରକ୍ଷାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ।

ସେହିଭଳି ୨୧୦ଟି ଫ୍ଲାଇଂ ସ୍କ୍ବାଡ୍ , ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। କାଲି ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମ୍ ରେ EVM ଗୁଡିକୁ ସୁରକ୍ଷିତ ରଖାଯିବ। EVM ଇନର ସର୍କଲ ଦାୟିତ୍ବରେ ଅର୍ଦ୍ଧସାମରିକ ବାହିନୀ ଏବଂ ଆଉଟର ସର୍କଲ ଦାୟିତ୍ୱରେ SAP ରହିବେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ