Advertisment

‘ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବର’

ବେକାରୀରେ ନମ୍ବର ୱାନ୍, ରାଜ୍ୟରେ ୪୩% ଯୁବବର୍ଗ ବେରୋଜଗାର। ଓଡ଼ିଶାରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା।

ଅଦ୍ୟତନ ହୋଇଛି
Aparajita Sarangi Slams Odisha Govt Over Unemployed rate

Aparajita Sarangi

Advertisment

ରାଜ୍ୟ ସରକାରଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ କଡା ସମାଲୋଚନା। ସେ କହିଛନ୍ତି, ଏଠାରେ ୨୪ ବର୍ଷ ହେଲା ବିଜେଡି ଶାସନ କରୁଛି ଆଉ ଓଡ଼ିଶା ପଛକୁ ପଛକୁ ଯାଉଛି। ମୁଣ୍ଡପିଛା ଆୟରେ ୨୯ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୨୫। ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ତଳଆଡୁ ୪ ନମ୍ବରରେ ରହିଛି। ବେକାରୀରେ ନମ୍ବର ୱାନ୍, ରାଜ୍ୟରେ ୪୩% ଯୁବବର୍ଗ ବେରୋଜଗାର। ଓଡ଼ିଶାରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ ଅପରାଜିତା।

Advertisment

ତେବେ ମୋଦି ସରକାରର ସଂକଳ୍ପ- କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ ଏବଂ ଛାତ ସବୁ ମୁଣ୍ଡକୁ ବୋଲି କହିଛନ୍ତି ଅପରାଜିତା। ଆମର ଲକ୍ଷ୍ୟ ଓଡ଼ିଶାର ଅର୍ଥନୀତି ୧ ଲକ୍ଷ କୋଟି ଡଲାର ପହଞ୍ଚାଇବା। ଓଡ଼ିଶାକୁ ସୁଶାସନ ଦେବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଅପରାଜିତା କହିଛନ୍ତି। ତେବେ ଅପରାଜିତାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଆପଣଙ୍କ ମୁଖ୍ୟମନ୍ତ୍ରୀ ଖାଲି ହଁରେ ହଁ ମିଶାନ୍ତି, ଆଉ କିଛି କହନ୍ତି ନାହିଁ: ଆସାମ ମୁଖ୍ୟମନ୍ତ୍ରୀ

Advertisment

ସେପଟେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିୱେଟ ନେତା। ଆଜି ଓଡ଼ିଶା ଗସ୍ତ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଡକରୀ। ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ। ଏହାପରେ ମହାପ୍ରଭୁଙ୍କୁ ମନ୍ଦିର ଭିତରେ ଯାଇ ଦର୍ଶନ କରିଛନ୍ତି ନିତିନ୍। ମହାପ୍ରଭୁଙ୍କୁ ଦର୍ଶନ କରି ବାହାରିବା ପରେ ସେ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମଣୁଛନ୍ତି। ଏହାସହ ଠାକୁରଙ୍କ ପାଖେ ଦେଶ ସମୃଦ୍ଧ ହେଉ ଏବଂ ସମସ୍ତଙ୍କ କଲ୍ୟାଣ ହେଉ ବୋଲି ପ୍ରାର୍ଥନା କରିଥିବା ସେ କହିଛନ୍ତି। ସେପଟେ କୃଷ୍ଣପ୍ରସାଦରେ ଏକ ବିରାଟ ଜନସଭାରେ ଯୋଗଦେଇଛନ୍ତି ଗଡକରୀ।

ସେହିପରି ପ୍ରଚାର ପାଇଁ ଓଡିଶାରେ ପହଂଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ପ୍ରଥମେ ସେ ମାଲକାନଗିରିରେ ପହଂଚିଥିଲେ। କାଲିମେଳାରେ ସେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଆଜି ୩ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ପରେ ଚିତ୍ରକୋଣ୍ଡା ଯାଇ ମାଥିଲି ମିନିଷ୍ଟାଡିୟମରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ। ପରେ ଅପରାହ୍ନରେ ଖଲ୍ଲିକୋଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଅଧିକ ପଢ଼ନ୍ତୁ: ଅଦ୍ରିଜାଙ୍କ ପ୍ରଶ୍ନ..ମୋ ଅତ୍ୟାଚାର କଥା ଜାଣି ବି କେମିତି ଟିକେଟ୍ ଦେଲେ ନବୀନ..

BJD BJP CM Naveen Patnaik Aparajita Sarangi Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ