‘ଓଡ଼ିଶାରେ ସବୁ ଅଛି, ହେଲେ ଓଡ଼ିଶା ଲୋକ ଗରିବ କାହିଁକି ?’

‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’

Narendra Modi

CMଙ୍କ ନାଁ ନେଲେନି । ପାଣ୍ଡିଆନ କଥା ବି ଉଠାଇଲେନି । ଓଡ଼ିଆ ଅଣ ଓଡ଼ିଆ କଥା ବି କହିଲେନି । କିନ୍ତୁ ଅନେକ କିଛି କହିଲେ । ଆଉ ସବୁଥିପାଇଁ ଓଡ଼ିଶା ସରକାର ଦାୟୀ ବୋଲି ବି କହିଲେ । କହିଲେ ଓଡ଼ିଶାରେ ବହୁତ କିଛି ଅଛି ହେଲେ ଓଡ଼ିଶା ଗରିବ । ଓଡ଼ିଶାରେ କଳା ସଂସ୍କୃତି ଐତିହ୍ୟ ଭରପୁର ରହିଛି । ତଥାପି ଓଡ଼ିଶା ପଛରେ । ଓଡ଼ିଶାରେ ପ୍ରଚୁର ଖଣିଜ ପଦାର୍ଥ ରହିଛି ତଥାପି ଓଡ଼ିଆ ଲୋକ ଆଜି ଗରିବ । ଯଦି ଏଠି ଓଡ଼ିଶା ଧନୀ ତାହାଲେ ଓଡ଼ିଆ ଲୋକ କାହିଁକି ଗରିବ ? ପ୍ରଶ୍ନ କଲେ ମୋଦି ।

ବ୍ରହ୍ମପୁର ସଭାରେ ଜୟ ଜଗନ୍ନାଥ, ଜୟ ଶ୍ରୀରାମରୁ ଭାଷଣ ଆରମ୍ଭ କଲେ ମୋଦି । ଆଉ ନବୀନଙ୍କ ନାଁ ନନେଇ ଅନେକ କିଛି କହିଲେ । କହିଲେ ‘ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଓଡ଼ିଶା ଏତେ ଧନୀ, କିନ୍ତୁ ଓଡ଼ିଶାର ଲୋକ କାହିଁକି ଗରିବ । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି ।’

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

‘ଏଠି ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି ।’

‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’

‘ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ  । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ । ଏଠା ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି ।’