Advertisment

ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ ।

undefined

Odisha Politics Exit poll

Advertisment

ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଲା ଏକ୍‌ଜିଟ୍ ପୋଲ୍ ସର୍ଭେ ଫଳାଫଳ। ଅଧିକାଂଶ ସଂସ୍ଥାର ସର୍ଭେ କହୁଛି, ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ବୃହତ ସଫଳତା, ଆଉ ଜୋରଦାର ଝଟ୍‌କା ଖାଇବ ବିଜେଡି । ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।

Advertisment

ସେହିପରି ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି 0ରୁ 2ଟି ସିଟ୍। ଇଣ୍ଡିଆ ଟିଭି ସର୍ଭେ ଅନୁସାରେ, ୧୫ ରୁ ୧୭ ଆସନରେ ବିଜେପି ବିଜୟ ଲାଭ କରିବାର ସମ୍ଭାବନା ଥିବା ବେଳେ ୪ ରୁ ୬ ଆସନରେ ବିଜେଡି ଓ କଂଗ୍ରେସ କେବଳ ଗୋଟିଏ ସିଟରେ ସନ୍ତୁଷ୍ଟ ରହିପାରେ। 

ସେହିପରି ଇଣ୍ଡିଆ ନ୍ୟୁଜ୍ ସର୍ଭେ ଅନୁଯାୟୀ, ବିଜେପି ଖାତାକୁ ୧୩ ଓ ବିଜେଡି ଖାତାକୁ ୮ ଲୋକସଭା ସିଟ୍ ଯାଇପାରେ। ସେହିପରି ଚାଣକ୍ୟ ସର୍ଭେ କହୁଛି ବିଜେପି ୧୬, ବିଜେଡି ୪ ଓ କଂଗ୍ରେସ ଗୋଟିଏ ଆସନ ହାତେଇପାରେ । ତେଣୁ ବିଜେପି ଯେ ରାଜ୍ୟରେ ନିଜ କାୟା ବିସ୍ତାର କରିବାକୁ ଯାଉଛି ସେ ସଂକେତ ଏକ୍ଜିଟ୍ ପୋଲ୍ ରିପୋର୍ଟ ଦେଇସାରାଲାଣି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

Advertisment

ସେପଟେ ଲୋକସଭାରେ ବିଜେପିର ବିପୁଳ ବିଜୟ ସମ୍ଭାବନାର ପ୍ରଭାବ ବିଧାନସଭା ସିଟରେ ମଧ୍ୟ ଜବରଦସ୍ତ ଭାବେ ଦେଖିବାକୁ ପଡ଼ିପାରେ। ଛତିଶଗଡ଼ ଭଳି ଏଠି ବି ମୋଦି ମ୍ୟାଜିକ୍ ଅପ୍ରତ୍ୟାଶିତ ସତ୍ତା ବଦଳାଇପାରେ। ରାଜ୍ୟ ରାଜନୀତିରେ ଆରମ୍ଭ ହୋଇପାରେ ବିଜେପିର ନୂଆ ଅଧ୍ୟାୟ। ବିଜେପି ବି ସରକାର ଗଠନକୁ ନେଇ ବେଶ୍ କନଫିଡେଣ୍ଟ ଥିବା ବେଳେ, ବିଜେଡି କହିଛି ୯ ତାରିଖରେ ନବୀନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। ସେପଟେ କଂଗ୍ରେସ କହିଛି ଆମ ପ୍ରଦର୍ଶନ ୯ରୁ ୯୦ ନହେଲେ ବି ପୂର୍ବ ତୁଳନାରେ ଭଲ ରହିବ। ଏକଜିଟ୍ ପୋଲ ରେଜଲଟ ପରେ ଏବେ ସମସ୍ତଙ୍କର ଅପେକ୍ଷା ୪ ତାରିଖର ଫଳାଫଳକୁ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ