Advertisment

BJPର ୧୧୨ ବିଧାନସଭା ଯୋଦ୍ଧା ଘୋଷଣା, ପୁରୁଖାଙ୍କୁ ପ୍ରାଧାନ୍ୟ-ନୂଆ ଚେହେରାଙ୍କୁ ସୁଯୋଗ

ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।

undefined

Odisha Politics, BJP

Advertisment

ବିଜେପି ପ୍ରାର୍ଥୀ ତାଲିକାରେ ପୁରୁଖାଙ୍କୁ ପ୍ରାଧାନ୍ୟ, ନୂଆ ଚେହେରାଙ୍କୁ ସୁଯୋଗ । ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ମଇଦାନରେ ହେଭିୱେଟ୍, ରିପିଟ୍ ହେଲେ ୧୭ ବିଧାୟକଙ୍କ ସହ ମୋଟ ୬୩ ନେତା । ୪୯ ଆସନରେ ବିଜେପି ଦେଲା ନୂଆ ମୁହଁ। ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ୱଲପୁର ଆଉ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କେନ୍ଦୁଝରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରିପିଟ୍ ହୋଇଥିବା ହେଭିୱେଟଙ୍କ ଭିତରେ ଅଛନ୍ତି, ଭବାନୀପାଟଣାରୁ ପ୍ରଦୀପ୍ତ ନାୟକ, ଧାମନଗରରୁ ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁନ୍ଦରଗଡରୁ କୁସୁମ ଟେଟେ, ତଳସରାରୁ ଭବାନୀ ଭୋଇ, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ନିମାପଡାରୁ ପ୍ରଭାତୀ ପରିଡ଼ା।

କୁହାଯାଉଛି ଯେହେତୁ ବିଜେପି ୨୦୧୯ରେ ୨୩ଟି ସିଟ୍ ହାତେଇବା ସହ ପ୍ରାୟ ୮୦ଟି ସିଟ୍ ରେ ଦ୍ୱିତୀୟ ସ୍ଥାନରେ ଥିଲା, ତେଣୁ ଦଳ ଏଠି ପୁଣି ସେହିମାନଙ୍କୁ ମଇଦାନକୁ ଓହ୍ଲାଇଛି ।

Advertisment

ଯଦିଓ ବିଜେପି ଲୋକସଭା କ୍ଷେତ୍ରରେ ଅଧିକାଂଶ ଟିକେଟ କାଟିଥିଲା, ହେଲେ ବିଧାନସଭାରେ ଓଲଟା ରଣନୀତି ଆପଣାଇଛି । ତେଣୁ ସାଂସଦ ଟିକେଟ କଟିଥିବା ହେଭିଓ୍ୱେଟ ସୁରେଶ ପୂଜାରୀଙ୍କୁ ବ୍ରଜରାଜନଗର ଟିକେଟ ଦେଇଛି ଦଳ। ସେହିପରି ବସନ୍ତ ପଣ୍ଡାଙ୍କୁ ସାଂସଦ ଟିକେଟ କାଟି ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ନୂଆପଡା ପ୍ରାର୍ଥୀ କରିଛି । ବିଧାୟକଙ୍କ ମଧ୍ୟରୁ ବ୍ରହ୍ମଗିରିରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସ୍ଥାନରେ ତାଙ୍କ ଝିଆରୀ ବା ଲୁଲୁ ମହାପାତ୍ରଙ୍କ ଝିଅ ଉପସନାଙ୍କୁ ଦଳ ଟିକେଟ ଦେଇଛି ।

ଲୋକସଭା ପ୍ରାର୍ଥୀଙ୍କୁ ଖାପଖୁଆଇଲା ଭଳି ବିଧାନସଭା ପ୍ରାର୍ଥୀ କସରତ କରିଛି ବିଜେପି । ୪୯ ସ୍ଥାନରେ ନୂଆ ମୁହଁକୁ ଦଳ ସାମ୍ନାକୁ ଆଣିଛି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିରୋଧରେ ନୂଆ ଭାବେ ଶିଶିର ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ଧର୍ମଶାଳାରୁ ସ୍ମୃତିରେଖା ପହି, ପାଟକୁରାରୁ ତେଜେଶ୍ୱର ପରିଡା, ଆଠଗଡରୁ ଅଭୟ ବାରିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡେଇ, ଖଣ୍ଡପଡାରୁ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡରୁ ପ୍ରତ୍ୟୁଷା ରେଜାଶ୍ୱରୀ ସିଂଙ୍କୁ ଦଳ ଟିକେଟ ଦେଇଛି। 

Advertisment

ଅନ୍ୟ ଦଳରୁ ଆସିଥିବା ୯ ନେତା ବି ବିଜେପି ଟିକେଟ ପାଇଛନ୍ତି । ଜୟଦେବରୁ ଅରବିନ୍ଦ ଢାଲି, କୋରେଇରୁ ଆକାଶ ନାୟକ, ସୋରୋରୁ ରାଜେନ୍ଦ୍ର ଦାସ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, କୋରାପୁଟରୁ ରଘୁରାମ ମାଛ, ଗୁଣୁପୁରୁ ତ୍ରିନାଥ ଗମାଙ୍ଗ ପାଇଛନ୍ତି ଟିକେଟ। ସେହିପିର ଅତାବିରାରୁ ଟିକେଟ ପାଇଛନ୍ତି କଂଗ୍ରେସରୁ ଆସିଥିବା ନିହାର ମହାନନ୍ଦ। ତିନି ଦଳ ମଧ୍ୟରେ ସମସ୍ତ ଲୋକସଭା ସହ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ଏ କ୍ଷେତ୍ରରେ ୧ ନମ୍ୱରରେ ରହିଛି ବିଜେପି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ