Advertisment

ଏଥର ବିଜେଡି-ବିଜେପି ନା କଂଗ୍ରେସ, କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର..?

କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ? ୨୦ରୁ ୨୫ ଭିତରେ ବିଜେପି-ବିଜେଡି ମେଣ୍ଟ ନେଇ ଭବିଷ୍ୟବାଣୀ ।

ଅଦ୍ୟତନ ହୋଇଛି
undefined

Odisha Election

Advertisment

ମେ ୧୩ ସୋମବାର । ମେ ୨୦ ବି ସୋମବାର । ମେ ୨୫ ଓ ଜୁନ୍ ୧, ଏ ଦୁଇ ତାରିଖ ପଡୁଛି ଶନିବାର । ତେଣୁ ଏସବୁ ଦିନ ମାନଙ୍କର ମତଦାନ କାହା ସପକ୍ଷରେ ଯିବ ? ବିଜେପି, ବିଜେଡି ନା କଂଗ୍ରେସ ? ବିଜେପି- ବିଜେଡି ମେଣ୍ଟ ହେବ ନା ନାହିଁ ?

Advertisment

ଗତ ୧୬ ତାରିଖରେ ନିର୍ବାଚନୀ ବିଗୁଲ୍ ବାଜିବା ଦିନଠୁ ଏମିତି ଦିନ-ବାରକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ଓ ସେମାନଙ୍କ ମୁଖିଆଙ୍କ ଭାଗ୍ୟାଙ୍କ ଗଣନା କରୁଛନ୍ତି ଜ୍ୟୋତିଷଶାସ୍ତ୍ରୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଜନ୍ମ କୁଣ୍ଡଳୀକୁ ବିଚାରକୁ ନେଇ ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟ କହିଛନ୍ତି- ନବୀନଙ୍କ ମିଥୁନ ରାଶି ହୋଇଥିବାରୁ ସୋମବାରରେ ପ୍ରଥମ ଦୁଇ ପର୍ଯ୍ୟାୟ ଭୋଟ୍ ତାଙ୍କ ପାଇଁ ଏତେଟା କଣ୍ଟକାୟିତ ହେବନି।

ଏବର୍ଷ ସିଂହ ବର୍ଷ ହୋଇଥିବାରୁ ଏମ୍‌ ଫ୍ୟାକଟର ଅଧିକ କାମ କରିବ ତେଣୁ ମନମୋହନଙ୍କ ପାଇଁ ଏହି ବେଳ ଅତ୍ୟନ୍ତ ସମ୍ମାନର ପ୍ରଶ୍ନ । କିନ୍ତୁ ଶେଷ ଦୁଇ ପର୍ଯ୍ୟାୟ ମଧ୍ୟରୁ ଜୁନ୍ ୧ ତାରିଖ ଶରତ ପଟ୍ଟନାୟକଙ୍କ କୁମ୍ଭ ରାଶି ପାଇଁ ଅଧିକ ଶୁଭ ସମୟ ହୋଇଥିବାରୁ ସେଦିନର ଭୋଟ୍ ତାଙ୍କ ଦଳ ଉପରେ ସୁପ୍ରଭାବ ପକାଇବା ଅନୁମାନ କରାଯାଉଛି।

Advertisment

ତେଣେ ଜ୍ୟୋତିଷଶାସ୍ତ୍ରୀ ତଥା ବାସ୍ତୁବିତ୍ ମନୋଜ ଲେଙ୍କା ସ୍ପଷ୍ଟ ଭାବେ କହିଛନ୍ତି- ଶନିବାର ବିଜେଡି ପାଇଁ ଏତେଟା ଭଲ ଦିନ ନୁହେଁ। ଶେଷ ଦୁଇ ପର୍ଯ୍ୟାୟ ଭୋଟ୍ ଗୋଳମାଳିଆ ସ୍ଥିତି ଦେଇ ଗତି କରିବ। କିନ୍ତୁ ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଛା ରାଶି ଓ ବିଛା ଲଗ୍ନ। ତେଣୁ ଏହାର ଅଧିପତି ମଙ୍ଗଳ ହୋଇଥିବାରୁ ଏପ୍ରିଲ୍ ୧୩ ତାରିଖ ପରେ ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ। ଏମିତିକି ତାଙ୍କ ପ୍ରଭାବରେ ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଓଡ଼ିଶାରେ ମେଣ୍ଟ ବୁଝାମଣା ବି ହୋଇପାରେ।

ସେମିତି ଜୁନ୍ ୪ ତାରିଖ ମଙ୍ଗଳବାର, ସେଦିନ ରହିଛି ଭୋଟ୍ ଗଣତି। ତାହାଲେ ମଙ୍ଗଳବାର କେଉଁ ଦଳ ପାଇଁ ଅଧିକ ଶୁଭଙ୍କର ? ସବୁ ଦଳଙ୍କ ଜନ୍ମ ତାରିଖକୁ ହିସାବକୁ ନେଇ ସେଥିରୁ ମୂଳାଙ୍କ ଓ ଭାଗ୍ୟାଙ୍କକୁ ହିସାବ କରି ନ୍ୟୁମୋରୋଲୋଜିଷ୍ଟ ଡକ୍ଟର ସରୋଜ ମହାରଣା ଅଙ୍କ କଷି କହିଛନ୍ତି- ଯେହେତୁ ଭୋଟ୍ ଗଣତି ତାରିଖ ୪-୬- ୨୦୨୪ ରହିଛି। ତେଣୁ ସେଦିନର ମୁଖ୍ୟ ଅଙ୍କ ୮। ଯଦି ମଙ୍ଗଳବାରକୁ ବିଚାରକୁ ନିଆଯାଏ ତାହାଲେ ସେଦିନଟି ବିଜେଡି ପାଇଁ ଉତ୍ତମ, ବିଜେପି ପାଇଁ ଶୁଭଙ୍କର ଓ କଂଗ୍ରେସ ପାଇଁ ଉତ୍ସାହଜନକ ନୁହେଁ।

Advertisment

ତେବେ ଜ୍ୟୋତିଷମାନଙ୍କ ଏ ଗଣନା କେତେ ସତ ହେବ ତାହା ତ ଭୋଟ୍ ଫଳାଫଳ ଆସିବା ପରେ ଜଣାପଡ଼ିବ । ହେଲେ ସବୁ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଦ୍ଧାରଣର ଅସଲ ଚାବିକାଠି ରହିଛି ଜନତା ଜନାର୍ଦ୍ଦନଙ୍କ ହାତରେ।

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ