Advertisment

କମ୍ପୁଛି ରାସ୍ତାଘାଟ; ନାମାଙ୍କନ ଭରୁଛନ୍ତି ବିଜେପିର ହେଭିୱେଟ୍ ନେତା

ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ।

ଅଦ୍ୟତନ ହୋଇଛି
BJP Leaders Files Nomination

BJP

Advertisment

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ। ଏହି ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ହେବ। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ନାଚିଲେ ସମ୍ବିତ ପାତ୍ର। ନାମାଙ୍କନ ଦାଖଲ ବେଳେ ରାସ୍ତାରେ ଯାଉଥିବା କିଛି ବୟସ୍କ ମହିଳାଙ୍କ ସହ ନାଚିଥିଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ହାତରେ ହାତ ମିଶାଇ କିଛି ସମୟ ପାଇଁ ସେ ସାଧାରଣ ଲୋକଙ୍କ ସହ ନାଚି ଭୋଟ୍ ମାଗିଥିଲେ। ବିଜେପିର ପୁରୀରୁ ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବିତଙ୍କ ଭିନ୍ନ ଭିନ୍ନ ଅବତାର ବହୁ ସମୟରେ ଦେଖିବାକୁ ମିଳିଛି।

ଚାଲିଛି ନାମାଙ୍କନ ପର୍ବ। ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି। ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ ଦଳର ନେତା ଓ କର୍ମୀଙ୍କୁ ନେଇ ଏକ ବିଶାଳ ରାଲିରେ ବାହାରିଥିଲେ।

Advertisment

ଅଧିକ ପଢ଼ନ୍ତୁ: BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ସେହିପରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦିଲ୍ଲୀପ ରାୟ। ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ପାନପୋଷ ଉପଜିଲ୍ଲାପାଳ ଅଫିସରେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ବିଶାଳ ଶୋଭାଯାତ୍ରାରେ ବାହାରିଛି। ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ସେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବୀରମିତ୍ରପୁରର ବିଜେପି ପ୍ରାର୍ଥୀ ଶଙ୍କର ଓରାମ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁ ଆସି ମତଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି କଟକ ଜିଲ୍ଲାପାଳ। ବୟସ୍କ, ଭିନ୍ନକ୍ଷମ, ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲାପାଳ।

Advertisment
BJP General Elections 2024 Odisha Politics Sambit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ