Advertisment

ଟିକେଟ୍ ପାଇଁ ରାଜଧାନୀରେ ସବୁ ଦଳର ଗଣ୍ଡା ଗଣ୍ଡା ଆଶାୟୀ

ଘଡ଼ିକେ ଘୋଡ଼ା ଛୁଟୁ ଥିବାରୁ ଡରରେ କେହି ଛାଡୁନାହାଁନ୍ତି ହେଡକ୍ୱାର୍ଟର ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ। ତେବେ ଭୁବନେଶ୍ୱରରେ ଡେରା ପକାଇଥିବା ବିଜେଡି ଆଶାୟୀଙ୍କ ସଂଖ୍ୟା ଅଧିକ।

Advertisment

ସୁନନ୍ଦା ଦାସ। ବରୀ ବିଧାୟିକା। ବିଜେଡି ଏଯାଏଁ ବରୀ ପାଇଁ ଟିକେଟ ଘୋଷଣା କରିନଥିବାରୁ ଭୁବନେଶ୍ୱର ସରକାରୀ ବାସଭବନରେ ଜଗି ରହିଛନ୍ତି। ବିଧାୟିକାଙ୍କ ସ୍ୱାମୀ କିଛି କର୍ମୀଙ୍କୁ ଧରି ଅଙ୍କ କଷୁଛନ୍ତି। ଗତକାଲି ନିର୍ବାଚନମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟ ସମର୍ଥନରେ ବାହାରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୁନନ୍ଦାଙ୍କ ପାଇଁ ଟିକେଟ ଲବି କରିଛନ୍ତି।

ସେହିପରି ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ଟିକେଟ ପାଇଁ ଆଜି ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟିଛନ୍ତି। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡି ଛାଡିଥିବାରୁ ବିଜେଡି ଟିକେଟ ପୁଣି ହାତେଇବାକୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି ବେଦବ୍ୟାସ। ଟିକେଟ ଘୋଷଣା ହୋଇନଥିବା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଓ ନର୍ଲା ବିଧାୟକ ଭୁପିନ୍ଦର ସିଂହ ବି ଭୁବନେଶ୍ୱରରେ ରହି ଗୋଟି ଚାଳନା କରୁଛନ୍ତି ।

Advertisment

ବିଜେପି ସାରସକଣା ବିଧାୟକ ବୁଧାନ ମୂର୍ମୁ ବି ଅପେକ୍ଷା କରିଛନ୍ତି କେବେ ଘୋଷଣା ହେବ ତାଙ୍କ ନାଁ। ଟିକେଟ ମିଳିନଥିବାରୁ ସେ ବି ଆଶଙ୍କାରେ।

ସେପଟେ ଟିକେଟ କସରତ ଭିତରେ କିନ୍ତୁ ବିଜେଡି କନ୍ଦଳ ଥମିବାର ନାଁ ଧରୁନି। ସାଲେପୁରର ଆଶାୟୀ ତଥା ଦୃଢ ସଙ୍ଗଠକ ହିମାଂଶୁ ମହାନ୍ତି ଏବେ ଦଳ ଉପରେ କ୍ଷୁବ୍ଧ। ପୁଣିଥରେ ଟିକେଟ ପ୍ରଶାନ୍ତ ବେହେରାଙ୍କୁ ମିଳିବା ପରେ ଏବେ ସେ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ହିମାଂଶୁ ଦଳ ଛାଡିଲେ ଏହାର ପ୍ରଭାବ ବିଜେଡି ଉପରେ ପଡିପାରେ।

Advertisment

ସେହିପରି ନୀଳଗିରିରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ବିଧାୟକ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେବା ଆଶା ଅଧିକ ଥିବାରୁ ବିଦ୍ରୋହୀ ଏବେ ରକ୍ତମୁଖା। ଟିକେଟ ଆଶାୟୀ ସନ୍ତୋଷ ଖଟୁଆ ନିଜ ସମର୍ଥକଙ୍କୁ ନେଇ ମେଳି କରିଛନ୍ତି। ତେଲକୋଇରେ ବି ସମାନ ସ୍ଥିତି। ଏଠି ବାହାର ନିର୍ବାଚନ ମଣ୍ଡଳୀର ଜଣକୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବାରୁ ରାଜନୀତି ତେଜିଛି। ଏପରି ହେଲେ ତୀବ୍ର ବିରୋଧ ହେବ ବୋଲି ବିଜେଡି କର୍ମୀ କହିଛନ୍ତି।

ଆଉ ଚିଲିକା କଥା ତ ନକହିବା ଭଲ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ଚର୍ଚ୍ଚା ହେଉଥିବାବେଳେ ତାଙ୍କୁ କିନ୍ତୁ ପ୍ରମୁଖ ଦାବିଦାର ତଥା ପୂର୍ବତନ ବିଧାୟକ ରଘୁନାଥ ସାହୁ ଘୋର ବିରୋଧ କରୁଛନ୍ତି। ପାରାଦ୍ୱୀପରେ ;ମଧ୍ୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ଜାରି ରହିଛି। ଏପରିସ୍ଥଳେ ଦଳ କିପରି ବିଦ୍ରୋହକୁ ମ୍ୟାନେଜ କରିବ ତାକୁ ନେଇ ଅଡୁଆ ବଢିଥିବାବେଳେ ଦଳର ଯୁକ୍ତି ବିଦ୍ରୋହୀଙ୍କ ପ୍ରଭାବ ଜମା ବି ପଡିବନି।

ଟିକେଟ କଳି ଆଉ ଲବି ଭିତରେ ଏବେ ରାଜନୈତିକ ପାଣିପାଗ ବେଶ ଉଷ୍ମ। ତେବେ ଏହି ଛକା ପଞ୍ଝାରେ ବିରାମ କେବେ ଲାଗୁଛି ତାଉପରେ ନଜର।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ