Advertisment

ବିଜେଡ଼ିକୁ ବଡ଼ ଝଟକା; ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ଦାଶ

ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ।

ଅଦ୍ୟତନ ହୋଇଛି
Sameer Dash Joins BJP

Sameer Dash

Advertisment

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ। ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଆଜି ବିଧିବଦ୍ଧ ଭାବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି। ନେତୃତ୍ୱର ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି। ମୋଦି ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି। ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି। ମୋତେ ଦଳ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି। ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମିଳିବ ତୁଲାଇବି।

Advertisment

ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର। ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଲେ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଶ୍ରୀମୟୀ ଗଲେ କୁଆଡେ ? ନା ଦେଖାଯାଉଛନ୍ତି ନା ପ୍ରଚାର କରୁଛନ୍ତି..

ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା ଲାଗିଛି। କିଛି ଦିନ ଧରି ଦଳ ଡିଆଁ ପର୍ବ ଚାଲିଥିବା ବେଳେ ଏହାରି ଭିତରେ ଇସ୍ତଫା ଦେଇଛନ୍ତି ସମୀର। ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ। ସେ ଏଥର ନିମାପଡାରୁ ଟିକେଟ୍ ଆଶାୟୀ ଥିଲେ। ମାତ୍ର ଏଥର ତାଙ୍କର ଟିକେଟ୍ କାଟିଥିଲା ବିଜେଡି। ଯାହାକୁ ନେଇ ସେ ଅନସ୍ତୁଷ୍ଟ ଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ମାତ୍ର ଦଳ ଏହାର ପୁନର୍ବିଚାର କରିନଥିଲା।

Advertisment

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍‌ ନୁହଁ ବୋଲି କହିଛନ୍ତି ସମୀର। ତେଣୁ ଦଳ ଛାଡ଼ିଲି।

ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର । ପ୍ରଥମ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍‌ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କୁ ସୁଯୋଗ ଦେଇଛି ବିଜେଡି।ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିଲେ। ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ସହିତ ଥିବା ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଶେଷରେ ଦଳ ଛାଡିଛନ୍ତି ।

Advertisment

ନିକଟରେ ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ହେଉଥିଲା । ବିଜେପିର ଜଣେ ମହିଳା ନେତ୍ରୀ ଗଣମାଧ୍ୟମରେ କହିଥିଲେ, ପୁରୀ ଜିଲ୍ଲା ନିମାପଡ଼ାର ଜଣେ ବରିଷ୍ଠ ନେତା ଆମ ଦଳରେ ସାମିଲ ହେବେ। ଏହି ବୟାନ ପରଠାରୁ ସମୀର ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା।

ଅଧିକ ପଢ଼ନ୍ତୁ: ପ୍ରଚାର ମୈଦାନରେ ହଟହଟା ହେଲେ ଦେବୀ ମିଶ୍ର, ଗରା ଓ ବାଲଟି ଧରି ବିରୋଧ କଲେ ଗ୍ରାମବାସୀ

BJP Samir Dash Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ