Advertisment

ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହର, ୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି

ଆଗାମୀ ନିର୍ବାଚନ ପାର୍‌ ହେବା ପାଇଁ ଇସ୍ତାହରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି । ବିଶେଷ କରି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଫୋକସ୍‌ରେ ରଖିଛି ଦଳ ।

BJD Manifesto

BJD Manifesto

Advertisment

୨୦୨୪ ନିର୍ବାଚନ ପାଇଁ ବିଜେଡି ଜାରି କରିଛି ଇସ୍ତାହାର । ବିଜେଡିର ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ନିର୍ବାଚନ ପାର୍‌ ହେବା ପାଇଁ ଇସ୍ତାହରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି । ବିଶେଷ କରି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଫୋକସ୍‌ରେ ରଖିଛି ଦଳ ।

Advertisment

୯ ବିନ୍ଦୁ ବିଶିଷ୍ଟ ଏହି ମାନିଫେଷ୍ଟୋରେ ଉଲ୍ଲେଖ ଅଛି ଯେ, ଓଡ଼ିଶାର ଯୁବକ ଓଡ଼ିଶାର ସଫଳତା କାହାଣୀ ଲେଖିବେ । ଯୁବକଙ୍କ ନିମନ୍ତେ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ । ବାଳିକାଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ବାର୍ଷିକ ୧୪ ହଜାର ଟଙ୍କାକୁ ବୃଦ୍ଧି ହେବ । ବାଳକମାନଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ବାର୍ଷିକ ୧୨ ହଜାର ଟଙ୍କାକୁ ବଢ଼ାଯିବ । ସେହିପରି ଆସନ୍ତା ୫ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ ‍ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି ବିଜେଡି । ଅର୍ଥନୈତିକ ଅଭିବୃଦ୍ଧି ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ।

ଓଡ଼ିଶା ପୂର୍ବ-ଭାରତର ଆଇଟି ରାଜଧାନୀ ହେବ ବୋଲି ବିଜେଡି ଇସ୍ତାହାରରେ ଉଲ୍ଲେଖ ରହିଛି । ସେହିପରି ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । BSKY ନବୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ କରିବ । ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। ୧୦୦ ୟୁନିଟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାଗଣା ବିଜୁଳି ମିଳିବ । ୧୦୦ରୁ ୧୫୦ ପର୍ଯ୍ୟନ୍ତ ୫୦ ୟୁନିଟ ବିଜୁଳି ପାଇଁ ମିଳିବ ରିହାତି ।

Advertisment

ସେହିପରି ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦,୦୦୦ ST, SC ଏବଂ OBC ଯୁବକମାନଙ୍କ ପାଇଁ ୧,୦୦,୦୦୦ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ପାଣ୍ଠି ପ୍ରଦାନ କରାଯିବ। ସେହିଭଳି ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ୧୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ଼ହେବ। ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ। ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ। ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ବିଜେଡି ତା’ର ଇସ୍ତାହାରରେ ଉଲ୍ଲେଖ କରିଛି ।

କୃଷକମାନଙ୍କ ପାଇଁ ମଧ୍ୟ ବିଜେଡି ଏହି ଇସ୍ତାହରରେ ଘୋଷଣା କରିଛି। ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ । କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ତଥା ଗବେଷଣା ପାଇଁ ୨୫ କୋଟିର କର୍ପସ ଫଣ୍ଡ । ନିର୍ଭରଶୀଳ ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ ଏବଂ କାଳିଆ ଅନୁଦାନ ଜାରି ରହିବ ବୋଲି ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେଡି ।

Advertisment

Naveen Patnaik BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ