Advertisment

ବିଜେଡିର ୨୫ ବର୍ଷ ଶାସନର କଳାପେଡ଼ି ଖୋଲିଲା ବିଜେପି

ବିଜେଡି ସରକାର ବିରୋଧରେ ବିଜେପିର ୬୦ ପୃଷ୍ଠିଆ ଚାର୍ଜସିଟ୍ । ଓଡ଼ିଆ ଅସ୍ମିତାକୁ ମୁଖ୍ୟ ମୁଦ୍ଦା କଲା ରାଜ୍ୟ ବିଜେପି ।

undefined

Odisha Politics, BJP

Advertisment

ବିଜେଡିକୁ ଦଣ୍ଡାଦେଶ ଦେବେ ଜନତା। ଓଡ଼ିଶା ରାଜନୀତିରେ ବିଜେଡି ବିରୋଧରେ ବିଜେପିର ଚାର୍ଜଫ୍ରେମ। ୨୫ ବର୍ଷ ଶାସନରେ ବିଜେଡିକୁ ୨୫ ପ୍ରଶ୍ନ। ମୁଖ୍ୟ ମୁଦ୍ଦା, ଓଡ଼ିଆ ଅସ୍ମିତା। ଜନ ପ୍ରତିନିଧିଙ୍କୁ ଅଣଦେଖା। ବିଜେଡି ସରକାରରେ କ୍ଷମତାଶାଳୀ ସରକାରୀ ଅଧିକାରୀ। ଏହା ସହ ଦୁର୍ନୀତି, ଅନ୍ୟାୟ, ପିସି କାରବାରକୁ ନେଇ ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ।

Advertisment

ଆଜି ଭୁବନେଶ୍ୱରରେ ଏହାର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ୨ ନିର୍ବାଚନ ପ୍ରଭାରୀ। ଚାର୍ଜସିଟ୍ ଉନ୍ମୋଚନ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୂପେନ୍ଦ୍ର ଯାଦବ। କହିଛନ୍ତି କୃଷକ, ମହିଳା, ଯୁବକ, ରୋଜଗାର, ସାଂସ୍କୃତିକ ଗୌରବ କ୍ଷେତ୍ରରେ ଗ୍ରାଫ୍ ଖସୁଛି।

୩୫ ପ୍ରତିଶତ ଜଳ ସେଚନ ପ୍ରତିଶ୍ରୁତି ଆଉ କାଳିଆ ଯୋଜନାରେ କାହିଁକି କମୁଛି ହିତାଧିକାରୀଙ୍କ ସଂଖ୍ୟା ତାକୁ ନେଇ ଟାର୍ଗେଟ କରିଛନ୍ତି। ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି, ଶିଶୁ ଅପହରଣ, ଗୃହିଣୀଙ୍କ ଆତ୍ମହତ୍ୟା ବୃଦ୍ଧିକୁ ନେଇ ବିଜେଡିର ମହିଳା ସଶକ୍ତୀକରଣ ନାରାକୁ କଟାକ୍ଷ କରିଛନ୍ତି। ଦାଦନ ସମସ୍ୟା, କଲେଜରେ ଅଧ୍ୟାପକ ପଦବି ଖାଲି, ଗାଁକୁ ରାସ୍ତା ନଥିବା କଥା କହିଛନ୍ତି ଭୂପେନ୍ଦ୍ର। ସବୁଠୁ ଅଧିକ ବର୍ଷିଛନ୍ତି ବିଜୁଳି କେଳେଙ୍କାରୀ ପ୍ରସଙ୍ଗରେ। ଓଡ଼ିଶାରେ ବିଜୁଳି ୟୁନିଟ୍ ପିଛା ୨ ଟଙ୍କା ୮୪ ପଇସାରେ ମିଳୁଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁକୁ କେମିତି ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ଦିଆଯାଉଛି, ତାକୁ ନେଇ ଟାର୍ଗେଟ କରିଛନ୍ତି। ଖଣି ଓ ପିସି କାରବାର କଥା ବି ଉଲ୍ଲେଖ ହୋଇଛି ଚାର୍ଜସିଟ୍‌ରେ।

Advertisment

୨୫ ବର୍ଷ ଶାସନକୁ ନେଇ ବିଜେଡିକୁ ୨୫ଟି ପ୍ରଶ୍ନ କରିଛି ବିଜେପି। ଓଡ଼ିଆ ଅସ୍ମିତାର ଅପମାନ ଆଉ କେତେଦିନ ସହିବା, ଓଡିଆ ଭାଷାକୁ ତାତ୍ସଲ୍ୟ କାହିଁକି। ଗଣତନ୍ତ୍ରରେ ଅମଲା ଶାସନ କଣ ପାଇଁ। ସରକାରୀ ପାଣ୍ଠିରୁ ଦଳୀୟ ପ୍ରଚାର କାହିଁକି। ଓଡିଶାର ଖଣିକୁ ଲୁଟୁଛି କିଏ। ଚିଟ୍ ଫଣ୍ଡର ହଜାର ହଜାର କୋଟି ଗିଳିଲା କିଏ। ଅର୍ପଣ ରଥ ବୁଲାଇ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ସାହସ କେମିତି କଲ। ପରୀ, ବେବିନା, ମମିତା, ଇତିଶ୍ରୀ, ସସ୍ମିତା ଓ ମାଧବୀଲତାକୁ କେବେ ନ୍ୟାୟ ଦେବ ବିଜେଡି ସରକାର। ଯାହାର ଜବାବ ରଖିଛି ବିଜେଡି। 

ଛତିଶଗଡ଼ରେ ବି ବିଜେପି, ସେଠାକାର କଂଗ୍ରେସ୍ ସରକାର ବିରୋଧରେ ଚାର୍ଜସିଟ୍ ଆଣି କ୍ଷମତାକୁ ଆସିବାରେ ସଫଳ ହୋଇଥିଲା। ଏହା ସହ ତ୍ରିପୁରା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ବି ବିଜେପି ଚାର୍ଜସିଟ ଆଣିଛି। ଦେଖିବାର କଥା ଗ୍ରାଉଣ୍ଡରେ ଥିବା ସରକାରୀ ଅସନ୍ତୋଷକୁ କେତେ ମାତ୍ରାରେ ଭୋଟରେ କନଭର୍ଟ କରିବାକୁ ସକ୍ଷମ ହେଉଛି ବିଜେପିର ଚାର୍ଜସିଟ୍ 

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ