Advertisment

ଦ୍ୱନ୍ଦ୍ୱ ବଢୁଛି, ସସପେନ୍ସ ହଟୁନି; ମେଣ୍ଟ ହେବ ନା ହେବନି ?

ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି।

ଅଦ୍ୟତନ ହୋଇଛି
Manmohan Samal On BJD BJP Possible Alliance

Manmohan Samal

Advertisment

ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ସେନେଇ ଆସିପାରୁନି ସ୍ପଷ୍ଟ ଚିତ୍ର। ଗତ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ଓଟିଭିକୁ ବଡ଼ ସୂଚନା ଦେଇଛନ୍ତି। ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି। ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି। ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ବୋଲି ସୂଚନା ଦେଇଛନ୍ତି ମନମୋହନ। ତେଣୁ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ମେଣ୍ଟ ନେଇ ସ୍ତପଷ୍ଟ ଚିତ୍ର ଆସିପାରେ ବୋଲି ଆକଳନ କରାଯାଉଛି।

Advertisment

ଗତକାଲି ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ ବସିଥିଲା। ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଆଜି ନବୀନ ନିବାସରେ ମିଟିଂ ! ଫିଟିପାରେ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

Advertisment

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।

୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।

Advertisment
BJD BJP General Elections 2024 Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ