Election
ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ତଥାପି କେତେକ ଆସନରେ ବାକି ରହିଛି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ।
୧୪୭ ଆସନରୁ ଶାସକ ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଘୋଷଣା କରିନି । ସେହିପରି ବିଜେପି ୧୬ ଏବଂ କଂଗ୍ରେସ ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି । ବିଜେଡି ତାର ରଘୁନାଥପାଲି, ହିନ୍ଦୋଳ, ଖଣ୍ଡପଡା, ବେଗୁନିଆ, ଖୋର୍ଦ୍ଧା, ବାଙ୍ଗିରିପୋଷି, ଭୋଗରାଇ, ନୀଳଗିରି, ବରି, କୋରେଇ, ବାଲିକୁଦା-ଏରସମା, କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ।
ସେହିପରି ବିଜେପି ଘୋଷଣା କରିନଥିବା ଆସନଗୁଡିକ ହେଲା ଜୟପୁର, ତେଲକୋଇ, ଘଷିପୁରା, ଚଂପୁଆ, ହିନ୍ଦୋଳ, ବାରବାଟୀ-କଟକ, ବେଗୁନିଆ, ଖୋର୍ଦ୍ଧା, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରି, ସାଲେପୁର, କେନ୍ଦ୍ରାପଡା । କଂଗ୍ରେସ ଘୋଷଣା କରିନଥିବା ଆସନଗୁଡିକ ହେଲା ଛତ୍ରପୁର, ପାଲଲହଡା, ବାରବାଟୀ-କଟକ, ଜଳେଶ୍ୱର, ବାଲେଶ୍ୱର ସଦର, ନୀଳଗିରି, ବଡଚଣା, ଜଗତସିଂହପୁର, କାକଟପୁର ।
ତିନି ପ୍ରମୁଖ ଦଳ ବାକିଥିବା ଆସନରେ କେବେ ପ୍ରାର୍ଥୀ ଘୋଷଣା କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର । ବିଜେପି ଓ ବିଜେଡି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ଆହୁରି ୨ଟି ସିଟ୍ ବାକି ରହିଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Election_1713666614.jpg)