ଜଗଦ୍ଦେବଙ୍କୁ ମିଳିଲା ଜାମିନ୍, ବୁଥ୍‌ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଏଡିଜେ-୧ ।

Prashant Jagadev

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଏଡିଜେ-୧ । ଆସନ୍ତା ୯, ୧୦ ଓ ୧୧ ତାରିଖ ପାଇଁ ଅନ୍ତରୀଣ ଜାମିନ ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବୁଥ୍ ରେ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ।

ସେପଟେ ଗତ କିଛିଦିନ ତଳେ କଟକ ମେଡିକାଲ ଯାଇ ପ୍ରଶାନ୍ତଙ୍କୁ ଭେଟିଥିଲେ ଅପରାଜିତା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ SCBରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା ଯୋଗୁଁ ଖୋର୍ଦ୍ଧା ଜେଲରୁ କଟକ ବଡମେଡିକାଲ ଅଣାଯାଇଥିଲା । ଓକିଲଙ୍କ ଆବେଦନ ଆଧାରରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

୨୯ ମେ ଭୋର ୪ଟାରେ SCBରେ ଭର୍ତ୍ତି ହୋଇଥିଲେ ପ୍ରଶାନ୍ତ । ବୁଥ୍‌ରେ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଘଟଣାରେ ଜେଲ୍‌ରେ ଥିଲେ ପ୍ରଶାନ୍ତ । ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଥିଲା ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍

କିନ୍ତୁ ସିସିଟିଭି ଫୁଟେଜ୍ ଧରା ପକାଇ ଦେଇଥିଲା ସତ । ତଥାପି ତାଙ୍କୁ ଜାମିନ୍ ମିଳିନଥିଲା । ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ୁଥିଲା, ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ଏନେଇ ସିସିଟିଭି ଫୁଟେଜ୍ ଜାରି କରି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼ । ହୋ ହଲ୍ଲା ବି ଜାରି ରହିଛି । ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା ।