Advertisment

‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଅଦ୍ୟତନ ହୋଇଛି
Assam CM Himanta Biswa Sarma Slams BJD

Assam CM Himanta Biswa Sarma

Advertisment

ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିବ। ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି । କ୍ୟାପଚର କରି ଦିଆଯାଇଛି । ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । 

Advertisment

ଆଜି ସମ୍ବଲପୁର, କେନ୍ଦୁଝର ଓ କଟକ ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । । ତା’ ପୂର୍ବରୁ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କଡା ହମଲା କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ,ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି । ଏଠି ଯେଉଁ 5T କଥା କୁହାଯାଉଛି, T ଅର୍ଥ ହେଉଛି ତାମିଲନାଡୁ। ଏ ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ ସୋର୍ସ କରିଛନ୍ତି । 

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ। ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି। ପାଣ୍ଡିଆନଙ୍କୁ ହଟାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏହି ନିର୍ବାଚନ। ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ ଓ ସମସ୍ତେ ବିଜେପିକୁ ଆସିବେ ବୋଲି କହିଛନ୍ତି ହିମନ୍ତ ବିଶ୍ବଶର୍ମା। ସେ ଆଜି ଦେବଗଡ଼, ବଡବିଲ, କଟକର ଚୌଦ୍ବାର ଓ ବଡମ୍ବାରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ହିମନ୍ତ ବିଶ୍ବଶର୍ମାଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ। 

Advertisment

ଅନ୍ୟପଟେ ଆଜି ଓଡ଼ିଶା ଆସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏଥିସହିତ ୭ଟି ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ରହିବେ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି!

BJD BJP Odisha Election Odisha Politics Himanta Biswa Sarma General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ