Advertisment

‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

୪ ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଶେଷ ପର୍ଯ୍ୟାୟ ଭୋଟ୍ ଲଢ଼େଇର ତିନି ଦିନ ପୂର୍ବରୁ ଆଜି ତିନି ତିନିଟି ସ୍ଥାନରେ ମାରାଥନ୍ କ୍ୟାମ୍ପେନ କରି ସିଏମ୍ ନବୀନଙ୍କୁ ଜୋରଦାର ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

ଅଦ୍ୟତନ ହୋଇଛି
undefined

Amit Shah

Advertisment

ନିର୍ବାଚନୀ ସଭାରେ ଶାହ ଗର୍ଜନ । ୪ ଜୁନରେ ନବୀନ ହେବେ 'ପୂର୍ବ ମୁଖ୍ୟମନ୍ତ୍ରୀ’ । ପୁଣି ମୁଦ୍ଦା ଓଡ଼ିଆ ଅସ୍ମିତା । ଟାର୍ଗେଟରେ ସିଧା ସିଏମ୍ ନବୀନ । ଚାନ୍ଦବାଲି, କୋରେଇ, ନିମାପଡ଼ା ଏକା ଦିନେ ଆଜି ତିନି ତିନିଟି ଜନସଭା କରି ବିଜେପି ପାଇଁ ଭୋଟ୍ ମାଗିଛନ୍ତି, ଓଡ଼ିଆ ଅସ୍ମିତା କାର୍ଡ ଖେଳି ରାଜ୍ୟ ସରକାରଙ୍କୁ ଧୁମ୍ ଧୂଲେଇ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। 

Advertisment

ଭଦ୍ରକ ସଂସଦୀୟ କ୍ଷେତ୍ରର ଚାନ୍ଦବାଲି ନିର୍ବାଚନୀ ସଭାରେ ଭାଷଣ ଦେଉ ଦେଉ ଉପସ୍ଥିତ ଜନତାଙ୍କୁ ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ବୋଲି ପ୍ରଶ୍ନ ପଚାରି, ୪ ଜୁନରେ ରେଜଲ୍ଟ ଆସିବା ବେଳକୁ ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ ବୋଲି ଦୃଢ଼ୋକ୍ତି କରିଥିଲେ। କହିଥିଲେ, ଦେଶରେ ଚାର ଶୋ ପାର୍ ହେବ, ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବି ଡବଲ ଇଂଜିନ ସରକାର କରିବ ବିଜେପି। ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଥିବାରୁ ୟାକୁ ଓଡ଼ିଆ ଲୋକେ ସହିବେନି। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ, ନବୀନ ବାବୁଙ୍କ ବୟସ ହେଇଗଲାଣି, ଏଥର ଯୁବ ମୁଖ୍ୟମନ୍ତ୍ରୀ ମିଳିବ ବୋଲି କହିଥିଲେ ଶାହ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାର ଭାଗ୍ୟ ବଦଳିବ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ’

୪ ଜୁନରେ ନବୀନ EX CM । ତାମିଲ ବାବୁକୁ ସହିବୁନୁ । ଏଥିସହ ଖଣିଜ ଓ ପ୍ରାକୃତିକ ସଂପଦରେ ଭରା ଓଡ଼ିଶାର ଗରିବୀ ପାଇଁ ନବୀନ ଦୋଷୀ ବୋଲି କହି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ ଶାହ। ଚାନ୍ଦବାଲି ପରେ ପରେ ଯାଜପୁର ସଂସଦୀୟ କ୍ଷେତ୍ରର କୋରେଇ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡ଼ାରେ ସଭା କରି ରତ୍ନଭଣ୍ଡାର ଚାବି ହଜିବା, ଚିଟ୍‌ ଫଣ୍ଡ ଦୁର୍ନୀତି, ଆବାସ ଯୋଜନା ଭଳି ପ୍ରସଙ୍ଗରେ ନବୀନ ସରକାରକୁ କଡ଼ା ନିଶାନା କରିବା ସହ ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର ବୋଲି କହି କଟାକ୍ଷ ବି କରିଛନ୍ତି।

Advertisment

ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ନବୀନ ‘ଖାଲି ଅଖା’ ସରକାର । ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ । ନିମାପଡ଼ା ସଭାରେ କୋଣାର୍କକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣିତ କରିବାର ପ୍ରତିଶ୍ରୁତି ବଦ୍ଧତା ସହ ତିନିଟି ଯାକ ନିର୍ବାଚନୀ ସଭାରେ ଡବଲ୍ ଇଞ୍ଜିନର ସୁଫଳ ଓ ଓଡ଼ିଶା ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟି ବି ଶୁଣାଇଥିଲେ ଶାହ। ୩୧ ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ଆକାଣ୍ଟକୁ ଯିବ, ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ ବୋଲି ପ୍ରତିଶ୍ରୁତି ଦେବା ସହ, ବିଜେପି ସରକାର ଆସିଲେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଶାହ।

ଅଧିକ ପଢ଼ନ୍ତୁ: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

Advertisment
Amit Shah BJD VK Pandian Odisha Election BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ