Advertisment

ବର୍ଷିଲେ ଶାହ; କହିଲେ, ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅ

ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି।

ଅଦ୍ୟତନ ହୋଇଛି
Amit Shah Slams Odisha Govt Over 5T Bag

Amit Shah

Advertisment

ଚାନ୍ଦବାଲି ସଭାରେ ଆରମ୍ଭରୁ ଗର୍ଜିଲେ ଅମିତ ଶାହ। ନବୀନ ବାବୁ, ଆମେ ବିଜେପି ବାଲା ପାକିସ୍ତାନ ବୋମାକୁ ଖାତିର କରୁନା। ପିଓକେ ଭାରତର, ଆମେ ତାକୁ ଅକ୍ତିଆର କରିବୁ। ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର ବୋଲି କଟାକ୍ଷ କଲେ ଶାହ।

Advertisment

ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି। ସେହିପରି ମୋଦି ଘର ଦେଉଛନ୍ତି, ଏ ସରକାର ତା ନାଁ ବଦଳାଇ ବିଜୁ ଆବାସ କରୁଛି। ବିଜେପିକୁ ଜିତାନ୍ତୁ ୪ ମାସରେ ଭଦ୍ରକରେ ମେଡିକାଲ କଲେଜ କରିବୁ ବୋଲି ପ୍ରତିଶ୍ରୁତି ଦେଲେ ଶାହ।

ଅଧିକ ପଢ଼ନ୍ତୁ: ୪ ଜୁନ୍ ପରେ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ୍ ଶାହ

୬ ମାସରେ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯିବ। ନବୀନ ବାବୁଙ୍କୁ ବୟସ ହୋଇଗଲାଣି, ଏଥର ଯୁବ ମୁଖ୍ୟମନ୍ତ୍ରୀ ହେବେ। ଏ ଅନୁପ୍ରବେଶକାରୀ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚି ଗଲେଣି। ନବୀନ ବାବୁ ଏ ଅନୁପ୍ରବେଶକାରୀଙ୍କୁ ରୋକି ପାରିବେନି। ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀଙ୍କୁ ରୋକାଯିବ ବୋଲି କହିଲେ ଶାହ।

Advertisment

୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଇବୁ। ଚାଷୀଙ୍କ ଧାନ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ମିଳିବ। ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ କହିଲେ ଶାହ। ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି। ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ଅମିତ ଶାହ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

Advertisment

ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଛନ୍ତି। ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଦୃଢୋକ୍ତି ବାଢିଛନ୍ତି ଶାହ।ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍‌ ଜିତି ଡବଲ ଇଂଜିନ ସରକାର କରିବ ବିଜେପି।

୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ ବୋଲି ଶାହ କହିଛନ୍ତି। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ । ଓଡ଼ିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ ବୋଲି ଏହି ଅବସରରେ ପ୍ରଶ୍ନ କରିଛନ୍ତି ଶାହ । ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି ? ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି ଶାହ ଦୃଢ଼ତାର ସହ କହିଛନ୍ତି।

BJD Amit Shah BJP CM Naveen Patnaik Odisha Election Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ