Advertisment

କୁହୁଳୁଛି ବିଜେଡି ଅନ୍ତର୍କନ୍ଦଳ ! ନୀଳଗିରିରେ ଦଳୀୟ ଫାଟ ଚର୍ଚ୍ଚା

ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି ।

ଅଦ୍ୟତନ ହୋଇଛି
internal-rift in BJD

internal-rift in BJD

Advertisment

ବାଲେଶ୍ବର ଜିଲ୍ଲା ନୀଳଗିରିରେ କୁହୁଳୁଛି କି ବିଜେଡି ଅନ୍ତର୍କନ୍ଦଳ ? ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେବା ପରେ ଦେଖାଦେଲା କି ଦଳୀୟ ଫାଟ ? ତେଲ ଓ ପାଣି ଏକ୍ ହୋଇପାରିବେନି ବୋଲି ଖୋଲାଖୋଲି କହିଲେ ନୀଳଗିରି ସିଟ୍ ପାଇଁ ଅନ୍ୟତମ ବିଜେଡି ଟିକେଟ୍ ଆଶାୟୀ ସନ୍ତୋଷ ଖଟୁଆ।

Advertisment

ଗତକାଲି ସନ୍ଧ୍ୟାରେ ସନ୍ତୋଷ ଖଟୁଆ ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ । ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସେ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଧାୟକ ସୁକାନ୍ତ ନାୟକ ଦଳରେ ମିଶିବା ପରେ ତାଙ୍କୁ ବିଜେଡି ଟିକେଟ୍ ମିଳିବା ଆଶା ଅଧିକ ବୋଲି ଚର୍ଚ୍ଚା ହେଉଛି।ତେବେ ସୁକାନ୍ତ ଓ ସନ୍ତୋଷ ମିଶିବା ପ୍ରଶ୍ନରେ ତେଲ ଓ ପାଣି ଏକ୍ ହୋଇପାରିବେନି ବୋଲି କହିଛନ୍ତି ସନ୍ତୋଷ।

ସେପଟେ ତେଲକୋଇରେ ବି ଆଶାୟୀଙ୍କୁ ନେଇ ଅଡୁଆରେ ବିଜେଡି। ନିର୍ବାଚନମଣ୍ଡଳୀରେ ମାଟିର ପୁଅକୁ ଟିକେଟ ଦେବାକୁ ଦାବି ଜୋର ଧରିଛି। କେନ୍ଦୁଝର ବିଜେଡିର ଜିଲ୍ଲା ସଭାପତି ମାଧବ ସର୍ଦାରଙ୍କୁ ଦଳ ପ୍ରାଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ବହୁ ଯୋଗ୍ୟ ପ୍ରାଥୀ ଅଶାୟୀ ରହିଥିବାରୁ ବାହାର ନିର୍ବାଚନମଣ୍ଡଳୀର ଲୋକଙ୍କୁ ଦଳ ପ୍ରାଥୀ କଲେ ନିର୍ବାଚନ ଅଙ୍କ ଭୁଲ ହେବ ବୋଲି କର୍ମୀ ଚେତାବନୀ ଦେଇଛନ୍ତି।

Advertisment
BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ