Advertisment

‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’

ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା।

ଅଦ୍ୟତନ ହୋଇଛି
Giriraj Singh Slams Odisha Govt

Giriraj Singh

Advertisment

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପ୍ରଚାର କରିଛନ୍ତି । ବିଶାଳ ରୋଡ୍ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଗିରିରାଜ । ତେବେ ଏହି ପ୍ରଚାର ସମୟରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ଗିରିରାଜ ସିଂ। କହିଛନ୍ତି, ନବୀନଙ୍କୁ ନଜରବନ୍ଦୀ କରି ରଖାଯାଇଛି। ଏଥର ଓଡ଼ିଶାରେ ସରକାର ବଦଳିବ, ବିଜେପି ସରକାର ଗଢ଼ିବ। ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା। ଓଡ଼ିଶାରେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ ‍ବୋଲି ସେ କହିଛନ୍ତି ।

Advertisment

ଓଡ଼ିଶାରେ ବିଜେପି ସରକାର ହେଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ। ଏଠାରେ ନବୀନ ବାବୁଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ଓଡ଼ିଶାରୁ ଖଣିଜ ସମ୍ପଦ ଲୁଟ୍‌ କରାଯାଉଛି। ଏଠିକାର ଲୋକ ବେରୋଜଗାର ଭିତରେ ସଢୁଛନ୍ତି। ଓଡ଼ିଶାର ଲୋକ କାମ ପାଇଁ ବାହାରକୁ ଯାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ । ଆଜି ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି । ଏହାର ଜବାବ ନବୀନ ବାବୁ ଦିଅନ୍ତୁ ବୋଲି କହିଛନ୍ତି ଗିରିରାଜ ସିଂ । ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି ।

Advertisment

ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଛନ୍ତି ସମୀର ମହାନ୍ତି । ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ କାହିଁକି ଚୁପ୍ ? ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା ? ଧାନ MSP ନେଇ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।

ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ନେଇ ଗତକାଲି ପୁଣି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ବୈଜୟନ୍ତ କହିଛନ୍ତି- ତାମିଲ କଣ୍ଢେଇ ନଚାଳି ପୁଣି ଏକ ମିଛ ଭିଡିଓ ପ୍ରସ୍ତୁତ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି । ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି ।  ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଫେକ୍ ଭିଡିଓ ବାବଦରେ ମତ ରଖିଛନ୍ତି ସାଇବର ଏକ୍ସପର୍ଟ ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

Naveen Patnaik Giriraj Singh BJP General Elections 2024 CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ