Advertisment

ହାଇପ୍ରୋଫାଇଲ୍ ସିଟ୍ ଭୁବନେଶ୍ୱରରେ ଲଢ଼ୁଛନ୍ତି ୧୨ ଲୋକସଭା ପ୍ରାର୍ଥୀ

ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍‌ ଶୋକୁ ନେଇ ଦଳୀୟ କର୍ମୀ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Bhubaneswar Lok Sabha Election 2024 12 Candidates

Bhubaneswar

Advertisment

ହାଇପ୍ରୋଫାଇଲ୍ ସିଟ୍ ଭୁବନେଶ୍ୱର ଲୋକସଭା ନିର୍ବାଚନ ପାଇଁ ମୈଦାନରେ ୧୨ ପ୍ରତିଦ୍ୱନ୍ଦ୍ୱୀ । ବିଭିନ୍ନ ଦଳ ଓ ସ୍ୱାଧୀନ ଭାବେ ନୋମିନେସନ ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ ସରିବା ପରେ, ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଚଞ୍ଚଳ ରାଣା ।

Advertisment

ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୧୭ ଜଣ ପ୍ରାର୍ଥୀ ମୋଟ ୨୩ଟି ନାମାଙ୍କନ ପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଗତକାଲି ଯାଞ୍ଚ ସରିବା ପରେ, ସେଥି ମଧ୍ୟରୁ ପ୍ରମାଣପତ୍ର ଅଭାବରୁ ୬ଟି ନାମାଙ୍କନ ପତ୍ର ବାଦ୍ ପଡ଼ିଛି ଏବଂ ଆଉ ୫ଟି ପ୍ରାର୍ଥୀପତ୍ର ଅବୈଧ ଘୋଷିତ ହୋଇଛି। ତେଣୁ ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମୋଟ ୧୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଗୃହିତ ହୋଇଛି।

ଅଧିକ ପଢ଼ନ୍ତୁ: କିଏ ଜିତିବ ୨୦୨୪ ବାଜି? କାହାର ହେବ ସୁନ୍ଦରଗଡ଼ ଲୋକସଭା ଆସନ ?

ତେବେ ଏହି ଆସନରେ ବିଜେପିରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ରହିଥିବା ବେଳେ ବିଜେଡିରୁ ମନ୍ମଥ ରାଉତରାଏ ଓ କଂଗ୍ରେସରୁ ୟାସିର ନୱାଜ୍ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନକୁ ହାତେଇବା ପାଇଁ ତିନୋଟି ଯାକ ଦଳ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ତେବେ ଅପରାଜିତାଙ୍କୁ ପୁଣି ଥରେ ଜିତାଇବା ପାଇଁ ଦଳ ଜୋରଦାର ପ୍ରୟାସ ଚଳାଇଛି । ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ରୋଡ୍‌ ଶୋ କରିବେ । ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍‌ ଶୋକୁ ନେଇ ଦଳୀୟ କର୍ମୀ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି ।

Advertisment

ସେପଟେ ବିଜେଡିର ମନ୍ମଥ ରାଉତରାୟ ବି ବେଶ୍‌ ଜୋସର ସହ ପ୍ରଚାର ଜାରି ରଖିଛନ୍ତି । ସକାଳୁ ସକାଳୁ ପାର୍କରେ ବୁଲିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରି କ୍ୟାମ୍ପନ କରୁଛନ୍ତି । ସକାଳୁ ରାତି ଯାଏଁ ପ୍ରଚାର ଚଳାଇଛନ୍ତି । ଅଧିକରୁ ଅଧିକ ଲୋକଙ୍କ ସହ ମିଶିବାକୁ ଚେଷ୍ଟା କରିଛନ୍ତି ।

ସେହିଭଳି କଂଗ୍ରେସର ୟାସିର ନୱାଜ ମଧ୍ୟ ଲଢ଼େଇ ଜାରି ରଖିଛନ୍ତି । ବିଭିନ୍ନ ବସ୍ତି ଓ ଘର କୁ ଘର ବୁଲି କ୍ୟାମ୍ପେନ କରୁଛନ୍ତି । ଡିଜିଟାଲ ପ୍ଲାଟ୍‌ଫର୍ମରେ ମଧ୍ୟ ସେ ନିଜର ପ୍ରଚାରକୁ ଜୋର ଦେଇଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଆମେ ଯାହା କହୁ କାମରେ ତାହା କରି ଦେଖାଉ: ରାଜନାଥ ସିଂହ

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ