Advertisment

ଜୋର ଧରିଲାଣି ଦଳବଦଳ ରାଜନୀତି; ଖଣ୍ତପଡ଼ା ବିଜେଜିରୁ ଖେଳିବ କିଏ ?

ନୟାଗଡ ଜିଲ୍ଲା ଓ କଟକ ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଖଣ୍ଡପଡା ନିର୍ବାଚନମଣ୍ଡଳୀକୁ ନେଇ ୨୦୨୪ରେ ଜୋରଦାର ଚର୍ଚ୍ଚା। ଏଥର ଖଣ୍ଡପଡ଼ାରେ ଖୋଲିବ କାହା ଭାଗ୍ୟ। ଆଗରୁ କଂଗ୍ରେସ ଆଉ ସ୍ୱାଧୀନ ପ୍ରାର୍ଥୀଙ୍କୁ ସର୍ବଦା ଗୁରୁତ୍ୱ ଦେଇଥିବା ଖଣ୍ଡପଡ଼ାରେ ଏବେବି ରହିଛି ବିଜେଡିର ଶାସନ।

ଅଦ୍ୟତନ ହୋଇଛି
Khandapara Election

Khandapara Election

Advertisment

୨୦୨୪ରେ ବଡ଼ ରୋଚକ ସ୍ଥିତି ସୃଷ୍ଟି ହୋଇପାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ତଳୀ। ୨୦୧୯ରେ ସର୍ବାଧିକ ଭୋଟ୍ ପାଇ ବିଜୟୀ ହୋଇଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜେଡିରୁ ବହିଷ୍କୃତ। ସେପଟେ ଗତଥରଠୁ ଅପେକ୍ଷାରେ ଅଛନ୍ତି ଅନୁଭବ ପଟ୍ଟନାୟକ। ତାଙ୍କ ସହ ଶାସକ ଦଳରୁ ଅନେକ ଆଶାୟୀ। ସେପଟେ ଏ ଆସନ ହାତେଇବାକୁ ବିଜେପି ତିଆରି କରୁଛି ସ୍ୱତନ୍ତ୍ର ରଣନୀତି। ଆଉ ତୃଣମୂଳ ସ୍ତରରେ ସ୍ଥିତି ମଜବୁତ କରୁଛି କଂଗ୍ରେସ।

Advertisment

ନୟାଗଡ ଜିଲ୍ଲା ଓ କଟକ ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଖଣ୍ଡପଡା ନିର୍ବାଚନମଣ୍ଡଳୀକୁ ନେଇ ୨୦୨୪ରେ ଜୋରଦାର ଚର୍ଚ୍ଚା। ଏଥର ଖଣ୍ଡପଡ଼ାରେ ଖୋଲିବ କାହା ଭାଗ୍ୟ। ଆଗରୁ କଂଗ୍ରେସ ଆଉ ସ୍ୱାଧୀନ ପ୍ରାର୍ଥୀଙ୍କୁ ସର୍ବଦା ଗୁରୁତ୍ୱ ଦେଇଥିବା ଖଣ୍ଡପଡ଼ାରେ ଏବେବି ରହିଛି ବିଜେଡିର ଶାସନ। ୨୦୦୦ ମସିହାରୁ ବିଜେଡି ଏଠୁ ବିଜୟ ଅଭିଯାନର ଆରମ୍ଭ କରିଥିଲେ ବି ୨୦୦୪ ମସିହାରେ ପୁଣି ଯାଇଥିବା ସ୍ୱାଧୀନ ବିଧାୟକଙ୍କ ହାତକୁ।

ତେବେ ୨୦୦୯ରେ ପୁଣି ଫେରିଥିଲା ବିଜେଡି। ସେବେଠୁ ଲଗାତର ତୃତୀୟ ଥର ପାଇଁ ଦଳ କ୍ଷମତାରେ ଥିବା ବେଳେ ଏବେ ବିଧାୟକ ବିଜେଡିରୁ ବହିଷ୍କୃତ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ୨୦୧୯ରେ ସୌମ୍ୟରଞ୍ଜନ ୧ ଲକ୍ଷ ୩୮ ଖଣ୍ଡ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧୀନ ଓ ବିଜେପି ପ୍ରାର୍ଥୀ, ଉଭୟ କେହିବି ୨୦ ହଜାର ସଂଖ୍ୟା ଛୁଇଁ ପାରିନଥିବାରୁ କ୍ରେଡିଟ୍ ନେଇଥିଲେ ସୌମ୍ୟରଞ୍ଜନ।

Advertisment

ତେବେ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଅଲଗା। ବିଜେଡିରୁ ବହିଷ୍କୃତ ହୋଇ ଦଳ ସହ ଆଉ ସମ୍ପର୍କରେ ନଥିବାରୁ ୨୦୨୪ରେ ତାଙ୍କ ଶଙ୍ଖ ଦଳରୁ ତାଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରଶ୍ନ ଉଠୁନି। ସେପଟେ ଏଭଳି ପରିସ୍ଥିତିରେ ଖଣ୍ଡପଡ଼ା ସିଟକୁ ନେଇ ଅଧିକ ଆଶାବାଦୀ, ଦଳରେ ଥାଇ ସୌମ୍ୟଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ଅନୁଭବ ପଟ୍ଟନାୟକ।

ଶାସକ ଦଳରୁ ଟିକେଟ୍ ଦୌଡ଼ରେ ଆଗରେ ରହିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିବା ଅନୁଭବ ଏଥର ଟିକେଟ୍ ପାଇବାକୁ ଆଶାବାଦୀ। ୨୦୧୯ରେ ଅନୁଭବଙ୍କୁ ଟିକେଟ୍ ମିଳିନଥିଲେ ବି ସେ ଦଳୀୟ ପ୍ରାର୍ଥୀ ସୌମ୍ୟଙ୍କୁ ସମର୍ଥନ କରିଥିଲେ। ଏବେ ଅନୁଭବ ଟିକେଟ ପାଇଁ ପ୍ରମୁଖ ଦାବିଦାର୍। କିନ୍ତୁ ସମସ୍ୟା ହେଉଛି, ୨୦୦୦ରୁ ବିଜେଡି ଏଠି ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଉଛି। କେହି ରିପିଟ୍ ହୋଇନାହାନ୍ତି। ସେଦୃଷ୍ଟିରୁ ବିଚାର କଲେ ଅନୁଭବଙ୍କୁ ସୁଯୋଗ ମିଳିବା ଉପରେ ସନ୍ଦେହ ରହିଛି। ଅନ୍ୟପଟେ ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡା ଟିକେଟ ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।

Advertisment

ଏଇ ଆସନରେ ବିଜେପି କେବେ ଦ୍ୱିତୀୟ ସ୍ଥାନକୁ ଆସିନାହିଁ। ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ୧୮୬୦୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ୧୪୦୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୨୪ ପାଇଁ ସେ ବି ବିଜେପି ଟିକେଟ୍ ରେସରେ। ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାସ ବିଜେପିରୁ ନିର୍ବାଚନ ଲଢିବାକୁ ଆଶାବାଦୀ। ଉଭୟ ଲୋକସଂପର୍କ ବଢାଇବାରେ ଲାଗିଛନ୍ତି।

ଗତଥର କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣାଙ୍କୁ ମିଳିଥିଲା ମାତ୍ର ୮୮୫ ଭୋଟ। ୨୦୧୪ରେ କଂଗ୍ରେସ ପାଇଥିଲା ୧ ହଜାର ୮୭୭ ଭୋଟ। ଏଭଳି ସ୍ଥିତିରେ ନୂତନ ଭାବେ ଖଣ୍ଡପଡା ବ୍ଲକ ସଭାପତି ଭାବେ ଦାୟିତ୍ୱ ନେଇଥିବା ଦେବବ୍ରତ ବେହେରା ବ୍ୟାକଫୁଟରେ ଥିବା କଂଗ୍ରେସର କମ୍ ବ୍ୟାକ ପାଇଁ ମଙ୍ଗ ଧରିଛନ୍ତି। ଦଳର ପୁରୁଣା ନେତାଙ୍କ ଘରବାହୁଡା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ସେ ହିଁ ହୋଇପାରନ୍ତି ଏଥର ହାତ ଦଳର ପ୍ରାର୍ଥୀ।

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ