Advertisment

ପଦ୍ମ ଧରିଲେ ଖୋର୍ଦ୍ଧା ବିଧାୟକ, ବିଜେପି ରାଲି ଚାଲିଥିବା ବେଳେ ମିଶିଗଲେ ଜିତୁ ମିତ୍ର

ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ।

ଅଦ୍ୟତନ ହୋଇଛି
Jitu Mitra Joins BJP

Jitu Mitra

Advertisment

ଖୋର୍ଦ୍ଧା ରାଜନୀତିରେ ରୋଚକ ଚିତ୍ର । ବିଜେପି ରାଲି ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ।

Advertisment

ଏଥର ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ୍ ଦେଇନାହିଁ। ତେଣୁ ସେ ମନସ୍ତାପରେ ଥିଲେ ବୋଲି କୁହାଯାଉଥିଲା। ତେବେ ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ ଏବଂ ଶେଷ ମୁହୂର୍ତ୍ତରେ ଜିତୁ ମିତ୍ର ହଠାତ୍ ବିଜେପି ରାଲିରେ ଆବିର୍ଭାବ ହେବା ପରେ ଖୋର୍ଧା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ‘ବିଜେଡି ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’

ସୂଚନା ଅନୁସାରେ ଜିତୁ ମିତ୍ର ଖୋର୍ଦ୍ଧା ବିଧାନସଭା ଆସନରୁ ତିନି ଥର ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ପ୍ରଥମେ ସ୍ୱାଧିନ ଭାବେ ନିର୍ବାଚିତ ହୋଇଥିଲେ ଜିତୁ । ଏହାପରେ ବିଜେଡି ଟିକେଟରୁ ୨୦୦୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କଠାରୁ ସେ ମାତ୍ର ୬ ହଜାର ୫୯୭ ଖଣ୍ଡ ଭୋଟ୍‌ରେ ପରାଜୟ ବରଣ କରିଥିଲେ । ତେବେ ୨୦୧୯ରେ ପୁଣି ସେ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିଲେ । ସେ ୨୦୧୯ରେ ୮୪ ହଜାର ୫୫୩ ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୭୪ ହଜାର ୫୧୦ ଖଣ୍ଡ ଭୋଟ୍‌ ପାଇଥିଲେ । ତେବେ ଠିକ୍‌ ନିର୍ବାଚନର ପୂର୍ବରୁ ଜିତୁ ମିତ୍ର ପଦ୍ମ ଧରିବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ବୃଦ୍ଧି ପାଇବ ।

Advertisment

ସେପଟେ ଚଳିତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । କିଛି ଦିନ ବ୍ୟବଧାନ ମଧ୍ୟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଦୁଇ ବିଧାୟକ ଓ ଜଣେ ପୂର୍ବତନ ବିଧାୟକ । ଫେବ୍ରୁଆରୀ ୨୯ରେ ପ୍ରଥମେ ବିଜେପିରେ ସାମଲି ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ମାର୍ଚ୍ଚ ୩୦ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆଉ ଆଜି ବିଜେଡି ଛାଡ଼ି ପଦ୍ମ ଧରିଛନ୍ତି ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ।

ଅଧିକ ପଢ଼ନ୍ତୁ: ‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

Advertisment
BJP Aparajita Sarangi Odisha Election Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ