Advertisment

ଭଞ୍ଜନଗରରେ BJD ନେତାଙ୍କ ପାଇଁ ଏହା ଶୁଭ ନା ଅଶୁଭ !

ବେଲଗୁଣ୍ଠା ବ୍ଲକ୍‌ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ଜୋର ସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ନେତା ମାନେ ଭୋଟ ସାଉଁଟିବାରେ ଜି ଜାନ୍‌ ଲଗାଇ ଦେଇଛନ୍ତି । ଖରା ତାତି କିଛି ମାନୁ ନାହାନ୍ତି । ସକାଳୁ ରାତି ଯାଏଁ  କରୁଛନ୍ତି ପ୍ରଚାର । ବୁଲୁଛନ୍ତି ଗାଁ ଗାଁ । ବିଜେଡି ବିଜେପି ଆଉ କଂଗ୍ରେସର ନେତା ଗାଁ ଗାଁ ବୁଲି ଭୋଟ ମାଗୁଥିବା ବେଳେ ସ୍ୱାଧିନ ପାର୍ଥୀ ବି କରୁଛନ୍ତି ରାଲି । ଆଉ ପ୍ରାର୍ଥୀଙ୍କୁ ସ୍ୱାଗତ ପାଇଁ କିଏ ଫୁଲ ମାଳ ପକାଉଛି ତ କିଏ ଫୁଲ ତୋଡ଼ା ଦେଉଛି । 

Advertisment

ତେବେ ଏହାରି ଭିତରେ ଭଞ୍ଜନଗର ବେଲଗୁଣ୍ଠାରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ଯାହା ଆପଣଙ୍କ ମନରେ ବି ପ୍ରଶ୍ନ ସଁଷ୍ଟି କରିବ । ଆଉ ଆପଣ ବି ପଚାରିବେ ଏହା ବିଜେଡି ନେତାଙ୍କ ପାଇଁ ଶୁଭ ନା ଅଶୁଭ ।

ବେଲଗୁଣ୍ଠା ବ୍ଲକ୍‌ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ। ଏସମ୍ପର୍କରେ ଗାଁ ଲୋକେ ଆଗୁଆ ଜାଣିପାରି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଲାଗି ପଡ଼ିଲେ। କିଏ ନିଜ ଘର ଆଗରେ ଗରା ଓଲଟାଇ ରଖିଲା ତ ଆଉ କିଏ ହାଣ୍ଡି ଓ ଡ୍ରମ ଓଲଟାଇ ରଖିଲା। ପୁଣି ଆଉ କିଏ ବାଲ୍‌ଟି ଓଲଟାଇ ରଖିଥିଲେ।

Advertisment

ମଧ୍ୟାହ୍ନରେ ଡହ ଡହ ଖରାରେ ବିଧାୟକ ଓ ତାଙ୍କ ପତ୍ନୀ ବିଜେଡି ଛତା ତଳେ ବେକରେ ଫଲମାଳ ପକାଇ ବାଜା ବଜାଇ ଗାଁ ଦାଣ୍ଡ ଅତିକ୍ରମ କରିଥିଲେ। ଆଉ ସାଥୀରେ ଥିଲେ କୁଜି ନେତା ଓ ସମର୍ଥକ । ପାଟ ପଟୁଆରରେ ଗାଁ ଦାଣ୍ଡ ଅତିକ୍ରମ କଲା ବେଳେ ନେତାମାନେ ଦେଖିଲେ ଲୋକଙ୍କ ଅଭିନବ ପ୍ରତିବାଦର ଚିତ୍ର। ଗାଁର ମହିଳାମାନେ ଘର ଆଗରେ ଖାଲି କଳସ, ହାଣ୍ଡି, ଡ୍ରମ, ବାଲ୍‌ତି ଆଦି ଓଲଟାଇ ରଖିଥିଲେ। ପାନୀୟ ଜଳ ପାଇଁ ଗାଁ ଲୋକଙ୍କ ଏଭଳି ଅଭିନବ ପ୍ରତିବାଦ, ନେତାଙ୍କୁ ଉଚିତ ଜବାବ ମିଳିଛି ବୋଲି ମତପ୍ରକାଶ ପାଇଛି।

ତେବେ କାହିଁକି ଏମିତି ପ୍ରତିବାଦ କଲେ?

ଉତ୍ତର ହେଲା ଗାଁରେ ଦୀର୍ଘ ଦିନ ଧରି ରହିଛି ପାନୀୟ ଜଳ ସମସ୍ୟା। ଯେତେ ନେହୁରା ହେଲେ ବି କେହି ଶୁଣୁନାହାନ୍ତି । ଗାଁରେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ପାଣି ଟାଙ୍କି କରାଯାଇଛି, ପ୍ରତି ଘରକୁ ପାଇପ୍‌ ବିଛାଯାଇଛି। ପ୍ରତି ଛକରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ହେଲେ ସେଥିରେ ପାଣି ଆସୁନି। ଷ୍ଟାଣ୍ଡ ପୋଷ୍ଟ ଶୁଖିଲା ପଡିଛି।  

Advertisment

ପାଣି ସମସ୍ୟା ସମାଧାନ ନେଇ ଗାଁ ଲୋକେ ବହୁବାର ସରପଞ୍ଚ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ କେତେ ଗୁହାରୀ କଲେଣି। ହେଲେ ଗାଁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି। ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଆସିଥିବାରୁ ଗାଁ ଲୋକେ ଉଚିତ ଜବାବ ଦେବା ପାଇଁ ଆଜି ଏପରି ପ୍ରତିବାଦ କରିଛନ୍ତି। 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ