Advertisment

କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍‌ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।

ଅଦ୍ୟତନ ହୋଇଛି
undefined

VK Pandian

Advertisment

କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିବା ପାଣ୍ଡିଆନ୍ କିନ୍ତୁ ଏବେ ସାମନାକୁ ଆସିନାହାନ୍ତି। କିଛି ନେତା ଓ ସମୀକ୍ଷକଙ୍କ ମତ ହେଲା ଅଫିସରରୁ ନେତା ବନିଥିବା ପାଣ୍ଡିଆନଙ୍କ ପାଇଁ ଲୋକଙ୍କ ଆସ୍ଥା ହରାଇଲା ବିଜେଡି। ତେବେ କେମିତି ପାଣ୍ଡିଆନ ବିଜେଡିକୁ କବଜା କରିଥିଲେ..ଜାଣନ୍ତୁ..

Advertisment

ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍‌ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା। ୨୦୦୦ ବ୍ୟାଚର ଏହି ପୂର୍ବତନ ଆଇଏଏସ୍ ଅଫିସର ୨୦୧୨ରେ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ। ଏହାପର ଠାରୁ ସେ ନବୀନଙ୍କ ବିଶ୍ୱସ୍ତ ପାଲଟିବା ସହ ଧିରେ ଧିରେ ଦଳୀୟ କାର୍ଯ୍ୟରେ ପରୋକ୍ଷ ଭାବେ ଯୋଡି ହେଲେ। ପରେ ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ନେଇ ସଚିବାଳୟରେ ଏକ କୋଟେରୀ ଗଢିଲେ। ଯେଉଁମାନେ କି ମୁଖ୍ୟମନ୍ତ୍ରୀଙ୍କ ଅଫିସ ସହ ବିଜେଡି ଦଳର ସଂଗଠନ କାର୍ଯ୍ୟକୁ ପରିଚାଳନା କରିଥିଲେ।

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

Advertisment

୨୦୧୯ରୁ ପାଣ୍ଡିଆନ୍ ପାର୍ଟି ପଲିଟିକ୍ସରେ ସକ୍ରିୟ ହେବାସହ ଦଳର ନେତାଙ୍କୁ ବି ନିୟନ୍ତ୍ରଣ କରିଥିଲେ। ନବୀନଙ୍କ ସହ ଘନିଷ୍ଠତା ଥିବା ବହୁ ନେତା ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂଦେଓ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବରିଷ୍ଠ ନେତାଙ୍କୁ ନବୀନଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲେ। ଆଉ ୨୦୨୩ରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଇ ରାଜ୍ୟ ତମାମ ବୁଲି ପ୍ରଚାର କରିଥିଲେ। ବିଭିନ୍ନ ସଭା ସମିତିରେ ନବୀନଙ୍କୁ କାଠ କଣ୍ଢେଇ ଭଳି ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଯାହାକି ବିଜେଡି ସତ୍ତା ହରାଇବାର ପ୍ରମୁଖ କାରଣ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ପାୱାର କରିଡରକୁ ପାଣ୍ଡିଆନଙ୍କ ଆଗମନ ପରେ ରାଜ୍ୟରେ ଅଣ ଓଡ଼ିଆ ଅଫିସରଙ୍କ ରାଜୁତି ବଢିଥିଲା। ଏମ୍ଏଲ୍ଏ ଓ ଏମପିଙ୍କ ଭଳି ଜନପ୍ରତିନିଧିମାନଙ୍କ ଭୂମିକା ସମ୍ପୂର୍ଣ୍ଣ ଗୌଣ ହୋଇଯାଇଥିଲା। ନବୀନଙ୍କୁ ସଖୀ କଣ୍ଢେଇ ଭଳି ବୁଲାଇବା ସହ ମଞ୍ଚ ଉପରେ କେବଳ ନିଜେ ପ୍ରଚାର କରିବା ଦ୍ୱାରା ଜନ ଅସନ୍ତୋଷ ଅଧିକ ହୋଇଥିଲା। ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଶୃଙ୍ଖଳିତ ଦର୍ଶନରୁ ଭକ୍ତ ବଞ୍ଚିତ ହେବା ବିଜେଡି ବିରୋଧୀ ହାୱାକୁ ଆହୁରି ବେଗ ଯୋଗାଇଥିଲା। ପାଣ୍ଡିଆନ୍‌ଙ୍କ ଏକଛତ୍ରବାଦ ଶାସନକୁ ସୌମ୍ୟ ପଟ୍ଟନାୟକଙ୍କ ଭଳି ଅନେକ ନେତା ଦଳ ଭିତରେ ରହି ବି ସମାଲୋଚନା କରିଥିଲେ। ଯେଉଁଥିପାଇଁ ତାଙ୍କୁ ଦଳ ବହିଷ୍କାର କଲା ଦଳ।

Advertisment

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ବିଜେଡି ଗଡ଼, ମାଟି କାମୁଡ଼ିଲେ ଟାଣୁଆ ବିଜେଡି ନେତା

ନିର୍ବାଚନ ସମୟରେ ବାରମ୍ବାର ସ୍ଥାନୀୟ ଓ ଜାତୀୟ ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ରଖୁଥିବା ପାଣ୍ଡିଆନ୍, ବିଜେଡିର ପରାଜୟ ପରେ କିନ୍ତୁ ମୁହଁ ଖୋଲି ନାହାନ୍ତି। ଆଉ ନିର୍ବାଚନୀ ରାଲିରେ ନିଜେ କରିଥିବା ସନ୍ୟାସ ନେବାର ଘୋଷଣା ରଖିବେ କି ନାହିଁ, ତା ଉପରେ ପୁରା ରାଜ୍ୟର ନଜର।

BJD Odisha Politics Odisha Elections VK Pandian General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ