Advertisment

ଆଉ କାମ କରୁନି କି ନବୀନ ଟ୍ରଷ୍ଟ ? ପ୍ରତିଦିନ ବିଜେଡି ଛାଡ଼ୁଛନ୍ତି ନେତା

ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।

undefined

Naveen Patnaik, BJD

Advertisment

କାଲି ସୀମାରାଣୀ ଆଜି ରାସେଶ୍ୱରୀ। ପ୍ରତିଦିନ ଦଳ ଛାଡୁଛନ୍ତି ବିଜେଡି ନେତା। କେଉଁ ଦିନ ବାକି ନାହିଁ। ସବୁ ନିର୍ବାଚନ ଅପେକ୍ଷା ୨୪ରେ ବିଜେଡିରେ ସୀମା ଟପିଛି ବିଦ୍ରୋହ। ମ୍ୟାନେଜ୍ ହେବାକୁ ନାରାଜ ଅସନ୍ତୁଷ୍ଟ, ଆଉ କାମ କରୁନି ନବୀନ ଟ୍ରଷ୍ଟ। ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ଦେବା ମହଙ୍ଗା ପଡ଼ିଛି। ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କରିଛନ୍ତି ସୀମାରାଣୀ।

Advertisment

ଏପରିକି ଗଣମାଧ୍ୟମକୁ ପ୍ରତିକ୍ରିୟା ବେଳେ କାନ୍ଦ କାନ୍ଦ ହୋଇ ଯାଇଥିଲେ। ଅଭିଯୋଗ କରିଛନ୍ତି ମୋ ପ୍ରତି ଦଳ ଅନ୍ୟାୟ କରିଛି। ବହୁ ବିକାଶ ମୂଳକ କାମ ସତ୍ତ୍ୱେ ମୋ ଟିକେଟ କଟିଲା। କିଛି ମୁଷ୍ଟିମେୟ ଲୋକ ଭୁଲ୍ ରିପୋର୍ଟ ଦେଇ ଟିକେଟ କାଟିଛନ୍ତି। ଟିକେଟ ପଛରେ ଟଙ୍କା କାରବାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ଟିକେଟ କଟିବା ପଛରେ ଖଣି ଲବି ଆଡ଼କୁ ବି ଇଙ୍ଗିତ କରିଛନ୍ତି ସୀମାରାଣୀ। ସେହିପରି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବି ଆଜି ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି।

ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ଏତେ ମାତ୍ରାରେ ନେତା ଦଳ ଛାଡୁଛନ୍ତି। ସୀମାରାଣୀଙ୍କ ବାଦ୍ ଆଉ ୪ ସିଟିଂ ବିଧାୟକ ବିଜେଡି ଛାଡିଛନ୍ତି। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ,ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେପିରେ ମିଶିଥିବା ବେଳେ ସୋର ବିଧାୟକ ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ଖାଲି ବିଧାୟକ ନୁହେଁ ବିଜେଡି ଛାଡିଥିବା ପୂର୍ବତନ ବିଧାୟକଙ୍କ ତାଲିକା ବି ବେଶ ଲମ୍ବା। ଯେମିତି ସିପ୍ରା ମଲ୍ଲିକ, ଆକାଶ ଦାସ ନାୟକ, ପ୍ରିୟଦର୍ଶୀ ମିଶ୍ର, ଦେବାଶିଶ ନାୟକ, ନବୀନ ନନ୍ଦ, ଭାଦବ ହାଁସଦା, ବେଦବ୍ୟାସ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବର୍ଣ୍ଣ ନାୟକ,କୈଳାସ କୁଲେସିକା, ଡମ୍ବୁରୁ ଶିଶା, ବଳଭଦ୍ର ମାଝୀଙ୍କ ପରି ବହୁ ପୂର୍ବତନ ବିଧାୟକ। ଖାଲି ବିଧାୟକ ନୁହନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପ୍ରଭାସ ସିଂ ମଧ୍ୟ ବିଜେଡି ଛାଡି ଏବେ ପଦ୍ମ ଶିବିରରେ।

ଏଠି ପ୍ରଶ୍ନ କାହିଁକି ଏତେ ମାତ୍ରାରେ ନେତା ଛାଡୁଛନ୍ତି ବିଜେଡି ହାତ । ମ୍ୟାନେଜ କରିବାରେ କାହିଁକି ବିଫଳ ହେଉଛି ଦଳ। କାମ କରୁନି କି ନବୀନ ଟ୍ରଷ୍ଟ ?

Advertisment

ବଡ଼ କଥା ହେଲା ଦଳ ଛାଡି ନଥିଲେ ବି ଅନେକ ନେତା ଦଳ ଭିତରେ ରହି ବି ଅସନ୍ତୁଷ୍ଟ ଅଛନ୍ତି। ଟିକେଟ କଟିବା ପରେ ଆଜି ସମର୍ଥକଙ୍କ ସହ ବୈଠକ କରିଛନ୍ତି ଅସନ୍ତୁଷ୍ଟ ବରୀ ବିଧାୟିକା ସୁନନ୍ଦା ଦାସ। ସେହିପରି ବଡ଼ଚଣା ବିଧାୟକ ଅମର ଶତପଥୀ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ହେଭିୱେଟ ପ୍ରସନ୍ନ ପାଟ୍ଟଶାଣୀ ବି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ