ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ, ବାୟୁସେନା ତରଫରୁ କଟକରେ ମକଡ୍ରିଲ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

Narendra Modi

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ତଳ ବାଲିଯାତ୍ରା ପଡିଆରେ ପିଏମ ମୋଦିଙ୍କ ହେଲିକପ୍ଟର ଅବତରଣ କରିବ ।

ଯେଉଁଠି ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଯେହେତୁ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ SPG ଟେକଅପ କରିସାରିଛି, ତେଣୁ ସଂପୃକ୍ତ ସ୍ଥାନରେ ଏବେଠାରୁ କଟକଣା ଲାଗୁ ହୋଇସାରିଛି । ୨୦ ତାରିଖରେ କଟକରେ ମୋଦିଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ରେ ପୁରୀରେ ସକାଳ ୮ଟାରେ ରୋଡ ସୋ କରି ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତାପରେ ଅନୁଗୁଳ ଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ କରିବେ ଜନ ସମାବେଶ ।

ତାପୂର୍ବରୁ ୧୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ । ୨୧ ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ । ୧୯ ତାରିଖ କୁଚିଣ୍ଡାରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ।

ଅନ୍ୟପଟେ ଆଜି ରାଜ୍ୟର ୫ ହେଭିୱେଟ୍ ବାଲେଶ୍ୱରରେ ରୋଡ୍‌ ସୋ’ କରିଛନ୍ତି । ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି ୫ ହେଭିୱେଟ୍‌ । ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ତେବେ ଏହି ରୋଡ ସୋ' ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ୫ ବରିଷ୍ଠ ନେତା ବୈଠକ କରିଥିଲେ । ବୈଠକରେ ବୈଜୟନ୍ତ କହିଛନ୍ତି ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ‘ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ନବୀନ ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ, ମୋଦି ଗ୍ୟାରେଣ୍ଟି । ବିଜେପି ୨୧ ଲୋକସଭା ଜିତିବ, ରାଜ୍ୟରେ ବିଜେପି ସରକାର ହେବ ।’